କଟକ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରକୁ ମିଳିଲା ଅନ୍ତରୀଣ ଜାମିନ । ମା’ଙ୍କ ଶୁଦ୍ଧକ୍ରିୟାରେ ଯୋଗ ଦେବା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
ପୁଞ୍ଜିଲାଲ ମେହେରଙ୍କୁ ସର୍ତ୍ତମୂଳକ ଜାମିନ - ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ
ପୁଞ୍ଜିଲାଲ ମେହେରଙ୍କୁ ସର୍ତ୍ତମୂଳକ ଜାମିନ
16:36 January 22
ଆସନ୍ତା 24 ତାରିଖରୁ ଯାଇ 28 ତାରିଖ ସକାଳ 11ଟା ମଧ୍ୟରେ ନିମ୍ନ ଅଦାଲତରେ ହାଜିର ହେବାକୁ ନିର୍ଦ୍ଦେଶ । ତେବେ 50 ହଜାର ଟଙ୍କିଆ ଦୁଇ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନରେ ଯାଇ ପାରିବେ ପୁଞ୍ଜିଲାଲ । ବାହାରକୁ ଗଲେ ସ୍ଥାନୀୟ ଥାନା ଅଧିକାରୀଙ୍କ ଅନୁମତି ନେବେ । ଏଥିସହ କଡା ସର୍ତ୍ତ ରଖିଲେ ହାଇକୋର୍ଟ । ଜାମିନ ସମୟରେ କୌଣସି ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇପାରିବେ ନାହିଁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jan 22, 2020, 5:07 PM IST