ଓଡିଶା

odisha

ETV Bharat / state

ଆସିଲାନି ଆମ୍ବୁଲାନ୍ସ, ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଛଟପଟ ହେଲେ ରୋଗୀ

ଆସିଲାନି ଆମ୍ବୁଲାନ୍ସ। ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଛଟପଟ ହେଲେ ରୋଗୀ। 108 ଆମ୍ବୁଲାନ୍ସ ବଦଳରେ ଜନନୀ ଏକ୍ସପ୍ରେସରେ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ ହେଲେ ଅସୁସ୍ଥ ଛାତ୍ରୀ। ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 30, 2023, 3:26 PM IST

Updated : Sep 30, 2023, 3:41 PM IST

patient suffers as ambulance fails to reach
patient suffers as ambulance fails to reach

patient suffers as ambulance fails to reach

ନିଆଳି:ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର। ରୋଗୀଙ୍କୁ ଅନ୍ୟ ହସ୍ପିଟାଲ ନେବାକୁ ଆସିଲାନି 108 ଆମ୍ବୁଲାନ୍ସ । ଶେଷରେ ଜନନୀ ଏକ୍ସପ୍ରେସରେ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ ହେଲେ ଅସୁସ୍ଥ ଛାତ୍ରୀ। ଆମ୍ବୁଲାନ୍ସ ନ ଆସିବାରୁ ହସ୍ପିଟାଲ ବେଡରେ ଦୁଇ ଘଣ୍ଟା ଧରି ଛଟପଟ ହେଲେ ଜ୍ବର ଓ ରକ୍ତ ହିନତାରେ ଆକ୍ରାନ୍ତ ନାବାଳିକା। ଅସୁସ୍ଥ ଛାତ୍ରୀ ହେଉଛନ୍ତି ଅର୍ପିତା ଗୋଚ୍ଛାୟତ ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା, ଗୁଣିଗାରେଡି଼ ଭରସାରେ ଲୋକେ !

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା କୃଷ୍ଣ ପ୍ରସାଦ ପଞ୍ଚାୟତ ଅଧିନସ୍ଥ ଗୋଚ୍ଛାୟତ ସାହି ଗ୍ରାମର ଲକ୍ଷ୍ମୀ ଗୋଚ୍ଛାୟତଙ୍କ 11 ବର୍ଷିୟ ଝିଅ ଅର୍ପିତା ଗୋଚ୍ଛାୟତ। ସେ କିଛି ଦିନ ହେବ ରକ୍ତ ହିନତା ସାଙ୍ଗକୁ ଜ୍ବରରେ ପୀଡିତ ହୋଇଥିଲେ।‌ ଶୁକ୍ରବାର ଦିନ 11 ସମୟରେ ଚିକିତ୍ସା ନିମନ୍ତେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ଅର୍ପିତା। ଚିକିତ୍ସା ଦାୟିତ୍ବରେ ଥିବା ଡ଼ାକ୍ତର ପ୍ରାଥମିକ ଚିକିତ୍ସା ପରେ କଟକ ଶିଶୁଭବନକୁ ସ୍ଥାନାନ୍ତରିତ କରିଥିଲେ। ରୋଗୀ ଏବଂ ଉପସ୍ଥିତ ଲୋକେ ୧୦୮ ଆମ୍ବୁଲାନ୍ସ ବିଭାଗକୁ ଟେଲିଫୋନ ଯୋଗେ ଯୋଗାଯୋଗ କରିଥିଲେ । ମାତ୍ର ଦୁଇ ଘଣ୍ଟା ବିଳମ୍ବ ଯୋଗୁଁ ଅର୍ପିତା ମେଡିକାଲ ବେଡରେ ଛଟପଟ ହେଉଥିଲେ। କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ ମେଡିକାଲ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକମାନେ ଶେଷରେ ଜନନୀ ଏକ୍ସପ୍ରେସରେ କଟକ ଶିଶୁ ଭବନକୁ ସ୍ଥାନାନ୍ତରିକ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ଏମିତି ଚାଲିଛି ସ୍ବାସ୍ଥ୍ୟ ସେବା: ପେଟରେ ବଢୁଥିଲା ଟ୍ୟୁମର, ଡାକ୍ତର କହିଲେ ମହିଳା ଗର୍ଭବତୀ

ଏହା ମଧ୍ୟ ପଢନ୍ତୁ-ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟ ସେବା, ଅବ୍ୟବସ୍ଥା ଘେରରେ ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେଉଛି ସ୍ବାସ୍ଥ୍ୟ ସେବା। କେଉଁଠି ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ଜୀବନ ଯାଉଛି ତ ଆଉ କେଉଁଠି ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ରୋଗିଟିଏ ହସ୍ପିଟାଲରେ ପହଞ୍ଚିବା ବିଳମ୍ବ ହେଉଛି। ଉପାନ୍ତ ଅଞ୍ଚଳରୁ ଏପରି ଖବର ସାମ୍ନାକୁ ଆସୁଥିବା ବେଳେ କଟକ ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି। ଯଦି ନାବାଳିକାଙ୍କ କିଛି ହୋଇଯାଇଥାନ୍ତା ତେବେ ଦାୟୀ କିଏ ରହିଥାନ୍ତା ବୋଲି ପ୍ରଶ୍ନ ଉଠିଛି। ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆୟାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ସରାକାର। କିନ୍ତୁ କେତେ ଦୂର ଲୋକେ ମାନେ ସ୍ବାସ୍ଥ୍ୟ ସେବା ପାଇ ପାରୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ।

ଇଟିଭି ଭାତ, ନିଆଳି

Last Updated : Sep 30, 2023, 3:41 PM IST

ABOUT THE AUTHOR

...view details