ଓଡିଶା

odisha

ETV Bharat / state

ଭବିଷ୍ୟତ ଚିନ୍ତାରେ କୁନି ଚେସ୍‌ ମାଷ୍ଟରଙ୍କ ପରିବାର - ନ୍ୟାସନାଲ ଚେସ୍‌ ଚାମ୍ପିଅନଶିପ

14 ବର୍ଷରୁ କମ ଜାତୀୟ ଚେସ ପ୍ରତିଯୋଗିତାରେ ଓଡି଼ଶାରୁ ସ୍ଥାନ ପାଇଛନ୍ତି କଟକ ମହତାବ ରୋଡ଼ରେ ରହୁଥିବା ଦୁଇ ଯାଆଁଳା ଭାଇ ଶ୍ରୀୟନ୍ସ ଆଉ ପ୍ରିୟନ୍ସଦାସ । ଦେଖିବାକୁ ଯେମତି ଏକାପରି, ଚେସ୍‌ରେ ବି କେହି ଉଣା ଅଧିକ ନୁହେଁ । ଗୋଟିଏ ସିରିଜରେ ଜଣେ ପ୍ରଥମ ହେଲେ ଅନ୍ୟଟିରେ ଆଉ ଜଣେ । ଅଧିକ ପଢ଼ନ୍ତୁ...

parents worried about the future,  twin chess stars of cuttack, Twin brother plying chess, କୁନି ଚେସ୍‌ ମାଷ୍ଟର, ନ୍ୟାସନାଲ ଚେସ୍‌ ଚମ୍ପିଅନଶିପ, କଟକର ଯାଆଁଳା ଭାଇ, ଶ୍ରୀୟନ୍ସ ଦାସ, ପ୍ରିୟନ୍ସ ଦାସ
ଭବିଷ୍ୟତ ଚିନ୍ତାରେ କୁନି ଚେସ୍‌ ମାଷ୍ଟରଙ୍କ ପରିବାର

By

Published : Jun 21, 2021, 7:57 PM IST

କଟକ:ନ୍ୟାସନାଲ ଚେସ୍‌ ଚାମ୍ପିଅନସିପରେ ସ୍ଥାନ ପାଇଲେ କଟକର ଯାଆଁଳା ଭାଇ । ଚଳିତମାସ 16 ତାରିଖରୁ ଆରମ୍ଭ ହୋଇଥିବା 14 ବର୍ଷରୁ କମ ଜାତୀୟ ଚେସ ପ୍ରତିଯୋଗିତାରେ ଓଡି଼ଶାରୁ ଏହି ଦୁଇ ଯମଜ ଭାଇ ସ୍ଥାନ ପାଇଛନ୍ତି । ପୂର୍ବରୁ ଜାତୀୟ ଅନ୍ତର୍ଜାତୀୟ ସ୍ତରର ଚେସ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିଥିବା ବେଳେ ଚଳିତ ମେଗା ଟୁର୍ଣ୍ଣାମେଣ୍ଟରେ ଓ ସଫଳତା ଆଶା ବାନ୍ଧିଛନ୍ତି ଉଭୟେ । ଏପରି ଦୁଇ ଯମଜ ଭାଇ ହେଲେ କଟକର ଶ୍ରୀୟନ୍ସ ଓ ପ୍ରିୟନ୍ସ ଦାସ । କଟକ ମହତାବ ରୋଡ଼ରେ ରହୁଥିବା ମୃତ୍ୟୁଞ୍ଜୟ ଓ ମାନସୀ ଦାସଙ୍କ ଯାଆଁଳା ପୁଅ ।

ଭବିଷ୍ୟତ ଚିନ୍ତାରେ କୁନି ଚେସ୍‌ ମାଷ୍ଟରଙ୍କ ପରିବାର

ଦେଖିବାକୁ ଉଭୟ ଏକାପରି, ଆଉ ଚେସ୍‌ ଖେଳରେ ବି ସେମିତି ପାରଙ୍ଗମ । ଗୋଟିଏ ସିରିଜରେ ଜଣେ ପ୍ରଥମ ହେଲେ ଅନ୍ୟ ଏକ ସିରିଜରେ ଆଉ ଜଣେ ହୁଏ ପ୍ରଥମ। ଉଭୟ କଟକ ଷ୍ଟୁଆର୍ଟ ସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ର। ବୟସ ମାତ୍ର 12। ମାତ୍ର କମ ବୟସରେ ଏମାନେ ଚେସ୍‌ ପ୍ରତିଯୋଗିତାରେ ହାତେଇ ସାରିଲେଣି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର । ତେବେ ଚଳିତ 14 ବର୍ଷରୁ କମ ଜାତୀୟ ଚେସ୍‌ ପ୍ରତିଯୋଗିତା ପାଇଁ ଏମାନେ ମନୋନୀତ ହୋଇ ଆରମ୍ଭ କରିଛନ୍ତି ଅଭିଯାନ ।

ଓଡ଼ିଶାର 48 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦୁଇ ଭାଇ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରି ଜାତୀୟ ପ୍ରତିଯୋଗିତାରେ ନିଜର ସ୍ଥାନ ପକ୍କା କରିଛନ୍ତି । ରାଜ୍ୟ ସରକାର ଏମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିବା ବେଳେ 16ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ଉଭୟ ପ୍ରଥମସ୍ଥାନ ଅଧିକାର କରି ଓଡି଼ଶା ପାଇଁ ଗୌରବ ଆଣିବାର ଆଶା ବାନ୍ଧିଛନ୍ତି।

ମାତ୍ର 5 ବର୍ଷରୁ ଚେସ୍‌ ଖେଳିବା ପ୍ରତି ଉଭୟ ଭାଇଙ୍କ ଆଗ୍ରହ ଦେଖି ବାପା ମାଆ ଉଭୟଙ୍କୁ ଚେସ୍‌ ଶିଖାଇବା ଆରମ୍ଭ କରିଥିଲେ। ନିହାରରଞ୍ଜନ ସାମଲ ଓ ତାପସ ମହାନ୍ତିଙ୍କ ନିକଟରୁ ଉଭୟ ଚେସ୍‌ ଶିଖିବା ପରେ ମାତ୍ର 7 ବର୍ଷ ବୟସରେ 2016 ମଙ୍ଗୋଲିଆ ବିଶ୍ବ ଚେସ୍‌ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିବା ସହିତ 2017 ତାସକେଣ୍ଟରେ ଖେଳାଯାଇଥିବା ଏସିଆ ଚେସ୍‌ ପ୍ରତିଯୋଗିତାରେ ଶ୍ରେଷ୍ଠ 10 ଜଣଙ୍କ ମଧ୍ୟରେ ରହିଥିଲେ ପ୍ରିୟାନ୍ସ। ପରେ ବିଭିନ୍ନ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦୁଇ ଭାଇ ପଦକ ପରେ ପଦକ ହାସଲ କରିଚାଲିଛନ୍ତି। ଶ୍ରେୟାନ୍ସ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡାରେ 8 ବର୍ଷରୁ କମ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ହେଲେ ଏହାରି ମଧ୍ୟରେ ଦୁଇ ପିଲାଙ୍କ ଚେସ୍‌ ଭବିଷ୍ୟତକୁ ଅନିଶ୍ଚିତତାରେ ପକାଇଛି ଅର୍ଥ ସମସ୍ୟା ।

ଚେସ୍‌ ମ୍ୟାଚ ଓ କୋଚିଂ ପାଇଁ ଯେତିକି ଅର୍ଥ ଆବଶ୍ୟକ ତାହା ପିତା ମାତା ଯୋଗାଇବାରେ ଅସମର୍ଥ ହୋଇପଡୁଛନ୍ତି । ବର୍ତ୍ତମାନ କିଛି ମାତ୍ରାରେ ଯୋଗାଡ଼ ହୋଇଯାଉଛି । ହେଲେ ଯେତେବେଳେ ଉଭୟେ ବଡ଼ ହୋଇ ଚେସ୍‌କୁ ନେଇ ଆଗକୁ ଯିବେ ତେବେ ସେହି ସମୟରେ ଅନେକ ଅସୁବିଧା ହେବାର ଆଶଙ୍କା ରହିଛି ବୋଲି ସ୍ପଷ୍ଟ କରିଛନ୍ତି ମାଆ । ବାପା ମୃତ୍ୟୁଞ୍ଜୟ ଏକ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏହି ଉଭୟ ଚେସ ଯାଦୁଗରଙ୍କ ପ୍ରତି ସରକାର ସହଯୋଗର ହାତ ବଢ଼ାଇଲେ ସେମାନେ ଅଧିକ ସଫଳତା ପାଇପାରିବେ ବୋଲି କହିଛନ୍ତି ମା ।

ତେବେ ଗୋଟିଏ ପଟେ ଦୁଇ ଯାଆଁଳା ଭାଇଙ୍କ ଉଜ୍ବଳ ଭବିଷ୍ୟତ, ଅନ୍ୟପଟେ ଅର୍ଥ ନହେଲେ ଭବିଷ୍ୟତ ଅନ୍ଧକାର ହୋଇଯିବାର ଆଶଙ୍କା । ତେଣୁ ଏହି ସମୟରେ ସରକାର ଯଦି ଦୃଷ୍ଟି ଦେବେ, ଉଭୟ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details