ନିଆଳି:ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କୁ ଆକ୍ରମଣ ଘଟଣା । ତୃତୀୟ ଦିନରେ ପହଞ୍ଚିଲା ଭିଭାବକ ଓ ଛାତ୍ରଛାତ୍ରୀ ଧାରଣା ।ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ଖବର ପାଇ ବନମାଳୀପୁର ପୋଲିସ ପହଞ୍ଚି ତାଲା ଭାଙ୍ଗିବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲ ପରିସରକୁ ପ୍ରବେଶ କରାଇଥିବା ନେଇ ସୂଚନା ମିଳିଛି । ସେପଟେ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଛି । ଫଳରେ ପାଠପଢା ବାଧାପ୍ରାପ୍ତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅଭୟମୁଖି ପଞ୍ଚାୟତର ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ୨୨ ତାରିଖ ଦିନ ବିଦ୍ୟାଳୟର ଶିକ୍ଷା କମିଟି ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ବୈଠକ ଚାଲୁଥିବା ସମୟରେ ଜଣେ ଅଭିଭାବକ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କମିଟିର ସଦସ୍ୟଙ୍କୁ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲା । ଫଳରେ ସମସ୍ତ ଶିକ୍ଷକ ଏବଂ ଶିକ୍ଷା କମିଟି ମିିଶି ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ ।ଏହା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନଥିଲା । ଫଳରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ୨୩ ତାରିଖ ଠାରୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ସ୍କୁଲ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଗତକାଲି ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣାକୁ ନିନ୍ଦା କରିଥିଲେ ।