କଟକ: ବହୁ ପୂରାତନ ଏସସିବି ମେଡ଼ିକାଲ ପବ୍ଲିକ ସ୍କୁଲ ଏବେ ଡିଏଭି ସ୍କୁଲ ପରିଚାଳନା କମିଟି ହାତକୁ ଯିବାକୁ ବସିଛି । ଏନେଇ ଆଜି (ବୁଧବାର) ସ୍କୁଲ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଜାଣିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ବହୁ ସଂଖ୍ୟାରେ ଅଭିଭାବକ ସ୍କୁଲ ଗେଟ ନିକଟରେ ହୋ ହ୍ଲଲ୍ଲା କରିବା ସହ ଅଭିଭାବକମାନଙ୍କୁ ନଜଣାଇ ହଠାତ ଏଭଳି ନିଷ୍ପତି ନେବା ଠିକ୍ ହୋଇନଥିବା ଅଭିଯୋଗ ଆସିଛି ।
ଯେହେତୁ ପିଲାମାନେ ଏଠାରେ ଆଇସିଏସଇ କୋର୍ସରେ ପାଠ ପଢୁଥିଲେ ଏବେ ଯଦି ଡିଏଭି ପରିଚାଳନା କମିଟି ହାତକୁ ଯିବ ତେବେ ପୁଣି ପିଲାମାନଙ୍କୁ ସିଵିଏସଇ କୋର୍ସ ପରିବର୍ତ୍ତନ କରିବାକୁ ପଡ଼ିବ । ଏହାସହ ସେମାନଙ୍କ ସ୍କୁଲ ଫି’ ମଧ୍ୟ ବଢିଯିବାର ସମ୍ଭାବନା ରହିଛି । ଏସବୁକୁ ଯଦି ଦୃଷ୍ଟିରେ ରଖିବା ତେବେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।