କଟକ:ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଜାମିନ ଆବେଦନ ବିଭାଗ ହେବ ସମ୍ପୂର୍ଣ୍ଣ ପେପରଲେସ୍ । ଏନେଇ ହାଇକୋର୍ଟ ପକ୍ଷରୁ ଜାରି ଷ୍ଟାଣ୍ଡିଂ ଅର୍ଡରରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ହାଇକୋର୍ଟରେ ନୂଆ ମାମଲା ଦାଖଲ ହେବା ପରେ ସିଧାସଳଖ ପଞ୍ଜୀକରଣ କରାଯାଉଥିଲା ଓ ମାମଲା ନମ୍ବର ମିଳି ଯାଉଥିଲା । ହେଲେ ଏବେ ହାଇକୋର୍ଟରେ ଦାଖଲ ନୂଆ ମାମଲାକୁ ପ୍ରଥମେ ଡାଏରୀ ନମ୍ବର ଦିଆଯିବ । ଯାଞ୍ଚ ପରେ ଯଦି ସବୁ ଠିକ୍ ଥିବ ତେବେ ଏହାକୁ ପଞ୍ଜୀକରଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।
୨୦୨୪ ଜାନୁଆରୀ ୧ରୁ ଦାଖଲ ହେବାକୁ ଥିବା ନୂଆ ମାମଲାକୁ ପ୍ରଥମେ ଡାଏରୀ ନମ୍ବର ଦିଆଯିବ ତା' ପରେ ଷ୍ଟାମ୍ପ ରିପୋର୍ଟରଙ୍କ ଦ୍ବାରା ଯାଞ୍ଚ କରାଯିବ । ଯଦି ମାମଲାରେ କିଛି ତ୍ରୁଟି ନଥିବ ତେବେ ଫାଇଲିଂ ସେକ୍ସନ ଏହାକୁ ପଞ୍ଜୀକରଣ କରିବ ଏବଂ ଏକ ବୈଧ ମାମଲା ନମ୍ବର ପ୍ରଦାନ କରାଯିବ । ଡାଏରୀ ନମ୍ବର ଠାରୁ ମାମଲା ନମ୍ବର ଭିନ୍ନ ରହିବ । ଯଦି ଦାଖଲ ମାମଲାରେ କିଛି ତ୍ରୁଟି ଥିବ, ତେବେ ଏନେଇ ହାଇକୋର୍ଟ ୱେବସାଇଟରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ।
ଏହା ମଧ୍ୟ ପଢନ୍ତୁ- କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ ସମସ୍ୟା, ବିଭିନ୍ନ ସଂସ୍ଥାକୁ ହାଇକୋର୍ଟଙ୍କ ଛାଟ