ଓଡିଶା

odisha

By ETV Bharat Odisha Team

Published : Aug 28, 2023, 3:29 PM IST

Updated : Aug 28, 2023, 3:45 PM IST

ETV Bharat / state

ପଞ୍ଚଭୂତରେ ବିଲୀନ ହେଲେ ମହାନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପଞ୍ଚଭୂତରେ ବିଲୀନ ହେଲେ ସାରସ୍ବତ ଜଗତର ଅଦ୍ବିତୀୟ ସ୍ରଷ୍ଟା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର । ତାଙ୍କ ଶେଷ ଇଚ୍ଛା ଅନୁସାରେ ପାଉଁଶକୁ ଚନ୍ଦ୍ରଭାଗାରେ କରାଯିବ ବିସର୍ଜନ । ଅଧିକ ପଢନ୍ତୁ

Padma Shree Jayanta Mohapatra cremation
Padma Shree Jayanta Mohapatra cremation

ପଞ୍ଚଭୂତରେ ବିଲୀନ ହେଲେ ମହାନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

କଟକ: ପଞ୍ଚଭୂତରେ ବିଲୀନ ହେଲେ ସାରସ୍ବତ ଜଗତର ଅଦ୍ବିତୀୟ ସ୍ରଷ୍ଟା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର । ଗତକାଲି ତାଙ୍କର ବିୟୋଗ ଘଟିବା ପରେ ଆଜି ତାଙ୍କର ଶେଷ କୃତ୍ୟ କଟକ ଖାନନଗର ଶ୍ମଶାନରେ କରାଯାଇଛି । ପରିବାର ବନ୍ଧୁ ପରିଜନ ଓ ସାରସ୍ବତ ଜଗତର ଅନେକ କବି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ମାଟିରେ ମିଶି ଯାଇଛନ୍ତି ସେହି ମହାନ କବି । ସମସ୍ତ ରୀତିନୀତି ଅନୁସାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତେଷ୍ଟି କ୍ରିୟା କରଯାଇଛି ।

ଗତକାଲି (ରବିବାର) ରାତିରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ କଟକରେ ୯୫ ବର୍ଷ ବୟସରେ କଟକ ଏସିବିରେ ପରଲୋକ ହୋଇଥଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ସେ ଅଗଷ୍ଟ ୪ ତାରିଖରୁ ଏସସିବି ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏହାସହ ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସାଧୀନ ରହିଥିଲେ । ତେବେ ରବିବାର ତାଙ୍କର ହୃଦଘାତରେ ପରଲୋକ ଘଟିଛି । ୨୦୦୯ ମସିହାରେ ପଦ୍ମଶ୍ରୀ ପାଇଥିଲେ ଜୟନ୍ତ ମହାପାତ୍ର ଚର୍ଚ୍ଚାକୁ ଆସିଥିଲେ ।

ଏହା ବି ପଢନ୍ତୁ- ଚିରନିଦ୍ରାରେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଯେତେବେଳେ ଦେଶରେ ଇନଟଲେରାନ୍ସକୁ ନେଇ ବିବାଦ ଉଠିଥିଲା ସେତେବେଳେ ସେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବା ପାଇଁ କହି ଚର୍ଚ୍ଚାକୁ ଆସିଥିଲେ। ତେବେ ଅନ୍ତେଷ୍ଟି କ୍ରିୟା ସମୟରେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପସ୍ଥିତ ରହି ଜୟନ୍ତ ମହାପାତ୍ରଙ୍କ ଆତ୍ମାର ସଦଗତି କାମନା କରିଥିଲେ । ତେବେ ହୁଏତ ଆଜି ଏହି ମହାନ କବିର ଅନ୍ତ ଘଟିଛି ହେଲେ ତାଙ୍କର ପ୍ରତ୍ୟେକଟି ଲେଖା ସଦା ସର୍ବଦା ସମସ୍ତଙ୍କୁ ମନକୁ ବିମୋହିତ କରିବାରେ କୌଣସି ଉଣା କରିବନି ବୋଲି ସେ କହିଛନ୍ତି ।

ସେପଟେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି, "ଆମ ଓଡ଼ିଆ ସାରସ୍ବତ ଜଗତର ଏକ ଅପୂରଣୀୟ କ୍ଷତି । କବି ଜୟନ୍ତ ମହାପାତ୍ର ଖ୍ରୀଷ୍ଟିଆନ ପରିବାରର ହୋଇଥିଲେ ସୁଦ୍ଧା ତାଙ୍କର ଶେଷ ଇଚ୍ଛା ଥିଲା ଯେ ତାଙ୍କ ଜୁଇର ପାଉଁଶକୁ ଚନ୍ଦ୍ରଭାଗାରେ ବିସର୍ଜନ କରାଯିବ । ତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ସେଥିଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ତାଙ୍କର ଏହି ଶେଷ ଇଚ୍ଛା କଟକ ଭାଇଚାରାର ପରିଚୟ ଦେଇଛି । ସେ ଇଂରାଜୀ ଓ ଓଡ଼ିଆ ଭାଷାରେ ଜଣେ ବଡ଼ ସାରସ୍ବତ ଥିଲେ । ତାଙ୍କ ପାଇଁ କଟକ ମାଟି ସର୍ବଦା ଗର୍ବିତ ।"

ପ୍ରଖ୍ୟାତ କବି ଜୟନ୍ତଙ୍କ ଲେଖାଗୁଡିକ ମଧ୍ୟରେ ସ୍ବୟଂବର, ପ୍ରତୀକ୍ଷା, ସମ୍ପର୍କ, ବଳୀ, କହିବି ଗୋଟିଏ କଥା, ବାୟା ରାଜା, ଟିକିଏ ଛାଇ, ଭୋର ମୋତିର କାନଫୁଲ ରଚନା ଅନ୍ୟତମ । ସେହିପରି ଇଂରାଜୀ କବିତା ପୁସ୍ତକ ମଧ୍ୟରେ 'କ୍ଲୋଜ ଜି ସ୍କାର', ରେନ ଅଫ ଟାଇମ୍ସ, ଲାଇଫ ସାଇନ୍ସ ଏବଂ ହ୍ବାଇଟନେସ ଅଫ ବୋନ ଆଦି ସଂକଳନ ବେଶ ଆଦୃତ ଲାଭ କରିଥିଲା । ୨୦୧୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଫୋଲୋସିପ ଏବଂ ୨୦୦୯ରେ ପଦ୍ମଶ୍ରୀ ସମ୍ମାନିତ ହୋଇଥିଲେ । ୨୦୧୦ରେ ସାରଳା ସମ୍ମାନ, ଗଙ୍ଗାଧର ଜାତୀୟ ସମ୍ମାନ ପାଇଥିଲେ । ବିଦେଶରେ ମଧ୍ୟ ଅସାଧାରଣ ପ୍ରତିଭା ତଥା ସାହିତ୍ୟ ସାଧନା ପାଇଁ ସମ୍ମାନିତ ହୋଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Aug 28, 2023, 3:45 PM IST

ABOUT THE AUTHOR

...view details