ନିଆଳି:ଦୀର୍ଘ ଦିନ ଧରି ସ୍ୱଳ୍ପ ଦରମା ଓ ଅସ୍ଥାୟୀ ଭାବେ କାର୍ଯ୍ୟ କରିବା ପରେପାଚିକା ସଂଘର ଚେତାବନୀ । ଚାକିରି ନିୟମିତ କରି ମାସିକ ୧୪ଶହ ଟଙ୍କା ବଦଳରେ ୨୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିିବାକୁ ସରକରାଙ୍କୁ ଦାବି । ନିର୍ବାଚନ ପୂର୍ବରୁ ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଏଭଳି ଦାବି କରି ଏକାଠି ହୋଇଛନ୍ତି ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ।
ଅଧିକ ପଢନ୍ତୁ...ଆନିକଟ ପାଲଟିଛି ମରଣଯନ୍ତା, ରୋଗୀଙ୍କୁ ଷ୍ଟ୍ରେଚର୍ ବୋହି ନିଆରା ଢଙ୍ଗରେ ସୁବାସ ସଙ୍ଗଠନର ପ୍ରତିବାଦ
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ଦୁଲ୍ଲାଦେବୀ ପରିସରରେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ତଥା ଅଲ ଇଣ୍ତିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ କ୍ୟାନଣ୍ଟର ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାଚିକାମାନଙ୍କ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଦୀର୍ଘ ବର୍ଷ ଧରି ପାଚିକାମାନେ ବିଦ୍ୟାଳୟରେ ମାସିକ ୧୪ ଶହ ଟଙ୍କାରେ କାର୍ଯ୍ୟ କରି ଆସୁଛନ୍ତି । ଫଳରେ ଏତେ କମ୍ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ଦୂରର କଥା ନିଜର ମାସିକ ଖର୍ଚ୍ଚ ବାବଦକୁ କମ ପଡିଥିବା ସଂଘ ପକ୍ଷରୁ କୁହାଯାଇଛି । ବଜାରରେ ସରକାର ସବୁ ଦରଦାମ ବୃଦ୍ଧି କରିଦେଲେ କିନ୍ତୁ ପାଚିକା ସହାୟିକାମାନଙ୍କ ଭବିଷ୍ୟତ ଓ ବେତନ କଥା ରାଜ୍ୟ ସରକାର ଚିନ୍ତା ଟିକିଏ କରୁନାହାନ୍ତି ବୋଲି ଅଭିଯୋଗ କରିଛି ସଂଘ । ଏହାକୁ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ସହ ଆନ୍ଦୋଳନର ଚେତାବନୀ ଦେଇଛି ସଂଘ ।