ଓଡିଶା

odisha

By

Published : Dec 5, 2019, 7:54 PM IST

ETV Bharat / state

ବୋର୍ଡ କାର୍ଯ୍ୟାଳୟ ଆଗରେ ଗର୍ଜିଲେ OTET ପରୀକ୍ଷାର୍ଥୀ

ଓଟିଇଟି ପ୍ରଶ୍ନପତ୍ର ମୂଲ୍ୟାଙ୍କନରେ ଅନିୟମିତତା ଅଭିଯୋଗରେ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଓଟିଇଟି ପରୀକ୍ଷାର୍ଥୀ । ବୋର୍ଡ କରିଥିବା ମୂଲ୍ୟାଙ୍କନ ତ୍ରୁଟି ସୁଧାରିବା ପାଇଁ ଗ୍ରେସ୍ ମାର୍କ ପ୍ରଦାନ କରିବା ଦାବି ।

OTET students protest
ଓଟିଇଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କଟକ: ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଓଟିଇଟି ପ୍ରଶ୍ନପତ୍ର ମୂଲ୍ୟାଙ୍କନରେ ଅନିୟମିତତା ଅଭିଯୋଗରେ କଟକ ଠାରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଓଟିଇଟି ପରୀକ୍ଷାର୍ଥୀ ।

ଓଟିଇଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ, ବୋର୍ଡ କରିଥିବା ମୂଲ୍ୟାଙ୍କନ ତ୍ରୁଟି ସୁଧାରିବା ପାଇଁ ଗ୍ରେସ୍ ମାର୍କ ପ୍ରଦାନ କରୁ । ଯେପରି କୌଣସି ଛାତ୍ରଛାତ୍ରୀଙ୍କ ଜୀବନ ବରବାଦ୍ ନହେଉ ସେଥିପାଇଁ ପୁନଃମୂଲ୍ୟାଙ୍କନ ପାଇଁ ସୁବିଧା ରହୁ । ଗୋଟେ ପଟେ ପ୍ରଶ୍ନପତ୍ରରେ ଭୁଲ ଆଉ ଗୋଟେ ପଟେ ମାର୍କ କଟ୍ ଅଫ ଯୋଗୁ ଦୁଇଜଣ ଛାତ୍ର ଜୀବନ ମଧ୍ୟ ହାରି ସାରିଛନ୍ତି ।ଯଦି ବୋର୍ଡ କର୍ତ୍ତୃପକ୍ଷ ଏହି ପ୍ରସ୍ତାବରେ ରାଜି ନହୁଅନ୍ତି ତେବେ ଆଗାମୀ ଦିନରେ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ସହ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ସଠିକ ମୂଲ୍ୟାଙ୍କନ କରିଛୁ ଏବଂ କୌଣସି ପାତର ଅନ୍ତର କରାଯାଇନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ବୋର୍ଡ ଏହା ମଧ୍ୟ କହିଛି ଯେ, ଆଗକୁ ଆମେ ପିଲାଙ୍କର ଦାବି ଉପରେ ଚିନ୍ତା କରିବୁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details