ଓଡିଶା

odisha

15ରୁ ଓଟିଇଟି ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ପୂରଣ

By

Published : Jul 13, 2019, 8:33 PM IST

ଆସନ୍ତା 15 ତାରିଖରୁ ଆରମ୍ଭ ହେବ ଓଟିଇଟି ପରୀକ୍ଷା ପାଇଁ ଅନଲାଇନ ଫର୍ମ ଫିଲପ । 15 ତାରିଖରୁ ଆରମ୍ଭ ହୋଇ ଜୁଲାଇ 26 ତାରିଖ ପର୍ଯ୍ୟନ୍ତ ଚାଲିବ । ବୋର୍ଡ଼ ୱେବ ସାଇଟ www.bseodisha.nic.in ରେ ପରୀକ୍ଷାର୍ଥୀ ଆବେଦନ କରିପାରିଵେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଓଟିଇଟି ପରୀକ୍ଷା ନିମନ୍ତେ ଅନଲାଇନ ଫର୍ମ ପୂରଣ ଆସନ୍ତା 15ରୁ ଆରମ୍ଭ ହେବ । ସେହିଦିନ ପୂର୍ବାହ୍ନ 10 ଟାରୁ 26 ତାରିଖ ଅପରାହ୍ନ 5ଟା ପର୍ଯ୍ୟନ୍ତ ବୋର୍ଡ଼ ୱେବସାଇଟରେ ପରୀକ୍ଷାର୍ଥୀ ଫର୍ମ ପୂରଣ କରିପାରିବେ । ଏଥିପାଇଁ ପରୀକ୍ଷାର୍ଥୀ ବୋର୍ଡ଼ ୱେବ ସାଇଟ www.bseodisha.nic.in ରେ ଆବେଦନ କରିପାରିଵେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବୋର୍ଡ଼ର ଉପରୋକ୍ତ ୱେବସାଇଟରେ ଫର୍ମ ପୂରଣ ନିମନ୍ତେ ଅନଲାଇନ ରେଜିଷ୍ଟ୍ରେସନ ଆବେଦନ ସମ୍ପର୍କିତ ଗାଇଡ଼ ଲାଇନ,ଯୋଗ୍ୟତା ,ସିଲାବସ ଆଦି ସୂଚନା ରହିଛି ।

ଆବେଦନକାରୀ ଯୋଗ୍ୟତା ଅନୁସାରେ ପେପର 1 କିମ୍ବା ପେପର 2 ଅଥବା ଉଭୟ ପରୀକ୍ଷା ଦେବା ନିମନ୍ତେ ପୃଥକ୍‌ ଆବେଦନ କରିପାରିବେ । 2018 ଓଟିଇଟି ପରୀକ୍ଷାରେ ଯେଉଁ ମାନଙ୍କୁ ରୋଲ ନମ୍ବର ବୋର୍ଡ଼ ପକ୍ଷରୁ ପ୍ରଦାନ କରାଯାଇଥିଲା, ସେମାନେ ଏଥର ବିନା ଦେୟରେ ପୁନର୍ବାର ଫର୍ମ ପୂରଣ କରିପାରିବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details