ଓଡିଶା

odisha

ETV Bharat / state

ଖାଲି ପଡିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ଓଷ୍ଟାର ଦାବି - ଖାଲି ପଡିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ଓଷ୍ଟା ପକ୍ଷରୁ ଦାବି

ରାଜ୍ୟରେ ଖାଲି ପଡିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ଓଷ୍ଟା ପକ୍ଷରୁ ଦାବି କରାଯାଇଛି । ରାଜ୍ୟରେ ପାଖାପାଖି ୨୫ ଶହ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଜଣାପଡିଛି ।

osta demands
ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ଓଷ୍ଟାର ଦାବି

By

Published : Jun 3, 2020, 7:37 PM IST

କଟକ: ପ୍ରଧାନଶିକ୍ଷକ ପଦବୀ ପୂରଣ କରିବାକୁ ସଙ୍ଘ ଦାବି । ରାଜ୍ୟରେ ୨୫ ଶହରୁ ଉର୍ଦ୍ଧ୍ବ ସରକାରୀ ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ପଦୋନ୍ନତି ମାଧ୍ୟମରେ ଏହି ପଦବୀକୁ ପୂରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଧେଶ ଦେଇଥିବାବେଳେ ଏପର୍ଯ୍ୟନ୍ତ ଏହା ସମ୍ଭବପର ହୋଇପାରି ନାହିଁ। ଏନେଇ ବୁଧବାର ଓଷ୍ଟା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରାଯାଇଛି ।

ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ଓଷ୍ଟାର ଦାବି

ଯାହା ଫଳରେ ରାଜ୍ୟରେ ପୂର୍ଣ୍ଣ ସରକାରୀ ଓ ନୂତନ ସରକାରୀ ନାମରେ ଥିବା ପ୍ରାୟ ୩୬ ଶହ ହାଇସ୍କୁଲ ମଧ୍ୟରୁ ପାଖାପାଖି ୨୫ ଶହ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି।

ଏହି ପଦବୀ ଗୁଡିକ ଜୁନିଅର ଏସ.ଇ.ଏସ ଶିକ୍ଷକଙ୍କ ବରିଷ୍ଠତା ଆଧାରରେ ପଦୋନ୍ନତି ମାଧ୍ୟମରେ ପୂରଣ କରିବାରେ ସରକାରୀ ବିଧି ବ୍ୟବସ୍ଥା ରହିଛି। ତେବେ ତୁରନ୍ତ ସରକାର ଏଥିପ୍ରତି ଧ୍ୟାନ ଦେଇ ପ୍ରଧାନଶିକ୍ଷକ ପଦବୀ ପୂରଣ କରିବାକୁ ସଙ୍ଘ ଦାବି କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details