ଓଡିଶା

odisha

ETV Bharat / state

ନିଜ ରାଜ୍ୟକୁ ଫେରିଲେ 11 ନାଗାଲାଣ୍ଡ ଅଧିବାସୀ - Oslsa helped Nagaland people to return their state

କୋରୋନା ଲକଡାଉନ ପାଇଁ ଓଡିଶାରେ ଫସିଥିବା 11 ନାଗାଲାଣ୍ଡ ଅଧିବାସୀ ନିଜ ରାଜ୍ୟକୁ ଫେରିଛନ୍ତି । ରାଜ୍ୟ ଆଇନ ସେବା ପ୍ରାଧିକରଣ ସହାୟତାରେ ନିଜ ରାଜ୍ୟକୁ ଫେରିିଛନ୍ତି । ଅଧିକ ପଢନ୍ତୁ.....

ରାଜ୍ୟ ଆଇନସେବା ପ୍ରାଧିକରଣର ସହାୟତା, ନିଜ ରାଜ୍ୟକୁ ଫେରିଲେ ନାଗାଲାଣ୍ଡର ୧୧ ପ୍ରବାସୀ
ରାଜ୍ୟ ଆଇନସେବା ପ୍ରାଧିକରଣର ସହାୟତା, ନିଜ ରାଜ୍ୟକୁ ଫେରିଲେ ନାଗାଲାଣ୍ଡର ୧୧ ପ୍ରବାସୀ

By

Published : Jun 10, 2020, 10:34 PM IST

କଟକ: କୋରୋନା ଲକଡାଉନ ପାଇଁ ଓଡିଶାରେ ଫସିଥିବା 11 ନାଗାଲାଣ୍ଡ ଅଧିବାସୀ ନିଜ ରାଜ୍ୟକୁ ଫେରିଛନ୍ତି । ରାଜ୍ୟ ଆଇନ ସେବା ପ୍ରାଧିକରଣ ସହାୟତାରେ ନିଜ ରାଜ୍ୟକୁ ଫେରିିଲେ 11 ନାଗାଲାଣ୍ଡ ଅଧିବାସୀ ।

ରାଜ୍ୟ ଆଇନସେବା ପ୍ରାଧିକରଣର ସହାୟତା, ନିଜ ରାଜ୍ୟକୁ ଫେରିଲେ ନାଗାଲାଣ୍ଡର ୧୧ ପ୍ରବାସୀ

ସୂଚନା ଅନୁଯାୟୀ, ଅପିଯା ଅପୋକ୍ସେ ନାମକ ଜଣେ ନାଗାଲାଣ୍ଡବାସୀ ଲକଡାଉନ୍ ସମୟରେ ନିଜ ରାଜ୍ୟକୁ ଫେରି ନପାରି ମାଲକାନିରିରେ ରହି ଯାଇଥିଲେ । ସେ ଏହି ଖବର ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କୁ ଜଣାଇଥିଲେ । ଏହାପରେ ଆଉ ୧୦ ଜଣ ନାଗାଲାଣ୍ଡବାସୀ ଓଡିଶାର ବିଭିନ୍ନ ସ୍ଥାନରେ ରହିଥିବାର ଖବର ମିଳିଥିଲା । ଏହି ଖବର ମିଳିବା ପରେ ହାଇକୋର୍ଟର ବରିଷ୍ଠ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା କୁମାରୀ ସଞ୍ଜୁ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହି ୧୧ ଜଣ ନାଗାଲାଣ୍ଡଙ୍କୁ ଫେରିବାରେ ସାହାଯ୍ୟ କରିଥିଲା ରାଜ୍ୟଆଇନ ସେବା ପ୍ରାଧିକରଣ ।

ସମସ୍ତ ନାଗାଲାଣ୍ଡ ଅଧିବାସୀଙ୍କୁ କେମିତି ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯିବ ସେ ସଂକ୍ରାନ୍ତରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଏବଂ ଅନ୍ୟ ଜିଲ୍ଲା, ରାଜ୍ୟ ସେବା ପ୍ରାଧିକରଣର ସଚିବଙ୍କ ସହ ପରାମର୍ଶ କରି ସମସ୍ତ ବନ୍ଦୋବସ୍ତ କରିଥିଲେ । ତେବେ ନାଗାଲାଣ୍ଡ ଅଧିବାସୀ ନିଜ ରାଜ୍ୟରେ ସୁରୁଖୁରୁରେ ପହଞ୍ଚିବା ପରେ ସେମାନଙ୍କୁ କ୍ବାରଣ୍ଟାଇନ ସେଣ୍ଟରରେ ରଖାଯାଇଥିବା ନାଗାଲାଣ୍ଡ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ଏହିଭଳି ମହାନତାକୁ ଉଚ୍ଚ ପ୍ରଶଂସା କରି ଏକ ଚିଠି ପଠାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details