କଟକ: ଫଳ ଚାଷୀଙ୍କୁ ଉଚିତ ଵଜାର ଯୋଗାଇ ଦେଵା ପାଇଁ ପ୍ରୟାସ ଆରମ୍ଭ କରିଛି କଟକ ଜିଲ୍ଲା ଓରମାସ । ଗୁରୁବାର ଓରମାସ ପକ୍ଷରୁ କଟକ କୃଷକ ଵଜାରରେ ଏନେଇ ଏକ ସ୍ବତନ୍ତ୍ର ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲରେ ଏଵେ ପ୍ରାଥମିକ ପର୍ଯ୍ୟାୟରେ ତରଭୁଜ ଵିକ୍ରି ଆରମ୍ଭ ହୋଇଛି ।
ଫଳ ଚାଷୀଙ୍କୁ ଉଚିତ୍ ବଜାର ଯୋଗାଇବ ଓରମାସ - କଟକ କୃଷକ ବଜାରରେ ସ୍ବତନ୍ତ୍ର ଷ୍ଟଲ
ଫଳ ଚାଷୀଙ୍କୁ ଉଚିତ ଵଜାର ଯୋଗାଇ ଦେଵା ପାଇଁ ଓରମାସର ପ୍ରୟାସ । କଟକ କୃଷକ ବଜାରରେ ଖୋଲା ହେଲା ଏକ ସ୍ବତନ୍ତ୍ର ଷ୍ଟଲ । ଅଧିକ ପଢନ୍ତୁ...
ଫଳ ଚାଷୀଙ୍କୁ ଉଚିତ୍ ବଜାର ଯୋଗାଇବ ଓରମାସ
କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଉତ୍ପାଦିତ ତରଭୁଜକୁ ଏହି ଷ୍ଟଲରେ ସୁଲଭ ଦରରେ ଵିକ୍ରି କରାଯିଵ ଵୋଲି ଓରମାସ୍ ପକ୍ଷରୁ କୁହାଯାଇଛି । ଏପରି ହେଵା ଦ୍ବାରା ଫଳ ଚାଷୀମାନେ ଦଲାଲଙ୍କ ଶୋଷଣରୁ ରକ୍ଷା ପାଇଵେ ଓ ସିଧାସଳଖ ନିଜ ଉତ୍ପାଦିତ ଫଳର ଉଚିତ ଦାମ୍ ପାଇଵେ । କଟକ ଡିଆରଡିଏ ପ୍ରୋଜେକ୍ଟ ଡାଇରେକ୍ଟର ଏହି ଷ୍ଟଲଟିର ଉଦଘାଟନ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ