କଟକ:ଶ୍ରୀଜଗନ୍ନାଥ ମନ୍ଦିରର ନିଷିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣ ବିରୋଧ ପ୍ରସଙ୍ଗ ହାଇକୋର୍ଟରେ ଶୁଣାଣି ହୋଇଛି । ପାଚେରୀ ନିର୍ମାଣକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ରୁଜୁ କରାଯାଇଥିଲା ଜନସ୍ବାର୍ଥ ମାମଲା । ତେବେ ଆବେଦନର ଶୁଣାଣି ସମୟରେ ନ୍ୟାସନାଲ ମନୁମେଣ୍ଟ ଅଥରିଟି (ଏନଏମଏ)ର ସତ୍ୟପାଠରେ ରହିଥିବା ତଥ୍ୟରୁ ଜଣା ପଡ଼ିଥିଲା ଯେ ଏପରି ନିର୍ମାଣ ନିଷିଦ୍ଧାଦେଶ ଜାରି କରାଯାଇଥିବା ନିର୍ମାଣ ପରିସରଭୁକ୍ତ ନୁହେଁ ।
ଏହା ବି ପଢନ୍ତୁ...ମୁର୍ମୁଙ୍କ ଗସ୍ତ ପୂର୍ବରୁ ରମାଦେବୀ ଅଡିଟୋରିୟମ ଉଦ୍ଘାଟିତ, ଏକା ସାଙ୍ଗରେ ବସିବେ ୧୦୦୦ ଲୋକ
ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଏମଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି ସମୟରେ ନ୍ୟାସନାଲ ମନୁମେଣ୍ଟ ଅଥରିଟିର ସତ୍ୟପାଠରେ ରହିଥିବା ତଥ୍ୟରୁ ଜଣାପଡିଥିଲା ଯେ, ଏପରି ନିର୍ମାଣ ନିଷେଧାଦେଶ ପରିସରଭୁକ୍ତ ନୁହେଁ । ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଖଣ୍ଡପୀଠ, ଏନଏମଏର ଜବାବକୁ ବିଚାରକୁ ନେଇ ମାମଲା ଶୁଣାଣିରେ ଅନ୍ତ ଘଟାଇଛନ୍ତି ।
ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପରିକ୍ରମା ପ୍ରକଳ୍ପ ଅଧୀନରେ ହେଉଥିବା ନିର୍ମାଣ କାର୍ଯ୍ୟର ତାଲିକା ରହିଛି । ଏପରି ତାଲିକାରେ ମେଘନାଦ ପାଚେରୀ ବାହାରେ ଆଉ ଏକ ପାଚେରୀ ନିର୍ମାଣ ପ୍ରସଙ୍ଗରେ କିଛି ଉଲ୍ଲେଖ କରାଯାଇ ନାହିଁ । ତେଣୁ ନିଷିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣ କରାଯିବା ବେଆଇନ । ଏହା ଉପରେ ରୋକ ଲାଗଯିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।