ଓଡିଶା

odisha

ETV Bharat / state

RTEରେ ମାଗଣା ପାଠପଢା ମାମଲା, ବୈଠକ କରି ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶିକ୍ଷା ଅଧିକାର ଆଇନ ବା ଆରଟିଇରେ ଅନୁଚ୍ଛେଦ 12 (1) ର ଧାରା " C " ଅନୁଯାଇ ବର୍ତମାନ ରାଜ୍ୟରେ ପ୍ରାଇଭେଟ ସ୍କୁଲ ରେ 25% ସିଟ ରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବା ପାଇଁ ବ୍ୟବସ୍ଥା ରହିଛି। 2009 ମସିହାରୁ ଏହି ବ୍ୟବସ୍ଥା ଥିଲେ ମଧ୍ୟ ଏହା ପୂର୍ବରୁ କାର୍ଯ୍ୟକାରୀ କରାଯାଉନଥିଲା। ଅଧିକ ପଢନ୍ତୁ

By

Published : Mar 30, 2023, 10:29 AM IST

ଆରଟିଇରେ ମାଗଣା ପାଠ ପଢା ମାମଲା, ବୈଠକ କରି ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆରଟିଇରେ ମାଗଣା ପାଠ ପଢା ମାମଲା, ବୈଆରଟିଇରେ ମାଗଣା ପାଠ ପଢା ମାମଲା, ବୈଠକ କରି ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶଠକ କରି ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆରଟିଇରେ ମାଗଣା ପାଠ ପଢା ମାମଲା, ବୈଠକ କରି ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଆରଟିଇରେ 25% ସିଟରେ ମାଗଣା ପାଠ ପଢ଼ାକୁ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ନେଇ ରୁଜୁ ଏକ ଜନସ୍ୱାର୍ଥ ମାମଲା । ଜୁନ ସୁଦ୍ଧା ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ ଏକ ବୈଠକ କରି ନିଷ୍ପତ୍ତି ନେବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଶିକ୍ଷା ଅଧିକାର ଆଇନ ବା ଆରଟିଇରେ ଅନୁଚ୍ଛେଦ 12 (1) ର ଧାରା " C " ଅନୁଯାଇ ବର୍ତ୍ତମାନ ରାଜ୍ୟରେ ପ୍ରାଇଭେଟ ସ୍କୁଲରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବା ପାଇଁ ବ୍ୟବସ୍ଥା ରହିଛି । 2009 ମସିହାରୁ ଏହି ବ୍ୟବସ୍ଥା ଥିଲେ ମଧ୍ୟ ଏହା ପୂର୍ବରୁ କାର୍ଯ୍ୟକାରୀ କରାଯାଉନଥିଲା । ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଏନେଇ ଦୀର୍ଘ ଦିନର ଆନ୍ଦୋଳନ, ଧାରଣା, ଅନଶନ ପରେ 2020 ମସିହାରେ ଏହି ବ୍ୟବସ୍ଥା ରାଜ୍ୟ ସରକାର ଲାଗୁ କରିଥିବା ମହାସଂଘ ପକ୍ଷରୁ କୁହାଯାଇଛି ।

ତେବେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆଡ଼ମିସନ କରାଯାଉଛି । ମାତ୍ର ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିଲା ପରେ ନବମ ଶ୍ରେଣୀରୁ ଅଭିଭାବକ ମାନେ କିପରି ତାଙ୍କର ପିଲାଙ୍କୁ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ପାଠ ପଢ଼ାଇବେ ବୋଲି ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ଯେଉଁ କାରଣରୁ ବାଧ୍ୟ ହୋଇ ଅନେକ ଏହି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ଛାଡୁଛନ୍ତି ।

ଏହି ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଅବିଭାବକ ମହାସଂଘ ଦାବି କରିଛି । ଦିଲ୍ଲୀ ଓ ପଡୋଶୀ ରାଜ୍ୟ ଛତିଶଗଡ ସହିତ ଅନେକ ରାଜ୍ୟ ମଧ୍ୟ ଏହି ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିସାରିଲେଣି । ଏହି ସମସ୍ୟାର ଗୁରୁତ୍ୱକୁ ଅନୁଭବ କରି ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ ପରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରି ଜୁନ ମାସ ୧ ତାରିଖ ସୁଦ୍ଧା ଏନେଇ ବୈଠକ ମାଧ୍ୟମରେ ନିଷ୍ପତ୍ତି ନେବାକୁ କହିଛନ୍ତି । ଏହି ବୈଠକରେ ଅବିଭାବକ ମହାସଙ୍ଘର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବାକୁ କୋର୍ଟ କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details