କଟକ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। କ୍ରାଇମବ୍ରାଞ୍ଚର ମୂଳ ମାମଲାରେ ହାଇକୋର୍ଟ ପ୍ରଦୀପଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ୨୪ ଲକ୍ଷ ଟଙ୍କାର ଜମାରାଶି ଓ ୫ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି ।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ - ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ
14:59 February 24
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ
ଏହାସହ ତଦନ୍ତରେ ତଦନ୍ତକାରି ଅଧିକାରୀଙ୍କୁ ସହଯୋଗ କରିବା ସହ ସାକ୍ଷୀଙ୍କୁ କୌଣସି ପ୍ରକାର ପ୍ରଭାବିତ କରିପାରିବେ ନାହିଁ, ତା ସହ ପ୍ରତିମାସ ଶେଷ ତାରିଖରେ 5 ଲକ୍ଷ ଟଙ୍କା ଲେଖାଏଁ 4ମାସ ପର୍ଯ୍ୟନ୍ତ ପୈଠ କରିବା ପାଇଁ କୋର୍ଟ ସର୍ତ୍ତ ରଖିଛନ୍ତି।
ଟାଟା କମ୍ପାନୀରେ ଚାକିରୀ ଦେବା କହି ବିଧାୟକଙ୍କ ଭାବି ଜ୍ବାଇଁ ଆକାଶ ପାଠକ ବିବାଦରେ ଛନ୍ଦି ହୋଇଥିଲେ ପ୍ରଦୀପ। କ୍ରାଇମବ୍ରାଞ୍ଚ ଆକାଶ ପାଠକ ସହଯୋଗୀ ଭାବେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଆଉ ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ତଳକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଥିଲା ।
ପରେ ଜାମିନ ପାଇଁ ହାଇକୋର୍ଟରେ ଦ୍ବାରସ୍ତ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଆଜି ଏହି ମାମାଲରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଫେବ୍ରୁଆରୀ 3 ରେ ମଧ୍ୟ ଲୋକୟୁକ୍ତ ମାମାଲକୁ ଖାରଜ କରିଥିଲେ ହାଇକୋର୍ଟ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ