କଟକ: ଓଡିଆ ଭାଷାରେ ଏକ ମାମଲାର ରାୟ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ । ପ୍ରଥମ ଥର ପାଇଁ ଓଡ଼ିଶା ହାଇକୋର୍ଟରେ ଓଡ଼ିଆ ଭାଷାରେ ରାୟ ପ୍ରକାଶ ପାଇଛି । ହାଇକୋର୍ଟ ବିଚାରପତି ଜଷ୍ଟିସ ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିଛନ୍ତି । ଓଡ଼ିଆ ଭାଷାରେ ଏକ ରିଟ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଜୁଲାଇ 19 ତାରିଖରେ ଏହି ରିଟ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ହାଇକୋର୍ଟର ପ୍ରତିଷ୍ଠା ଦିବସ ଅବସରରେ ଏହି ରାୟ ବେଶ ସ୍ମରଣୀୟ ହୋଇ ରହିବ ।
ଗତ ଫେବ୍ରୁଆରୀ 3 ତାରିଖରେ ରାଜ୍ୟର 10ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ କରିବା ଅବସରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଓଡିଶା ହାଇକୋର୍ଟର ଏଭଳି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ । ତେବେ ଆଞ୍ଚଳିକ ଭାଷାରେ ଓଡିଶା ହାଇକୋର୍ଟରେ ରାୟ ପ୍ରକାଶ ପାଇବ ବୋଲି ପ୍ରଧାନ ବିଚାରପତି ଆଶା ପ୍ରକଟ କରିଥିଲେ । ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟରେ ଏଭଳି ଆଞ୍ଚଳିକ ଭାଷାରେ (ଓଡ଼ିଆ)ରେ ରାୟ ପ୍ରକାଶ କରିଛନ୍ତି ।
କେବଳ ଓକିଲ ନୁହେଁ ବରଂ ମହାକିଲମାନେ ମଧ୍ୟ ବେଶ ଉପକୃତ ହେବେ । କାରଣ ଅନେକ ସାଧାରଣ ଲୋକ ଇଂରାଜୀ ଭାଷାରେ ପ୍ରକାଶ ପାଉଥିବା ରାୟକୁ ସହଜରେ ବୁଝି ପାରୁନଥିଲେ ମାତ୍ର ଓଡ଼ିଆ ଭାଷାରେ ସେମାନେ ସହଜରେ ବୁଝି ପାରିବେ । ଯଦିଓ ଓଡିଶା ହାଇକୋର୍ଟରେ ଏହା ପ୍ରଥମ ଥର ମାତ୍ର ଆଗକୁ ଆହୁରି ଅନେକ ଖଣ୍ଡପୀଠରେ ଏପରି ଆଞ୍ଚଳିକ ଭାଷା ବା ଓଡ଼ିଆ ଭାଷାରେ ରାୟ ପ୍ରଦାନ କରାଯିବ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଓଡିଆ ଭାଷାରେ ରାୟ ପ୍ରକାଶ ହେବା ଓଡିଆଙ୍କ ପାଇଁ ଗର୍ବର ବିଷୟ ହୋଇଛି ।