ଓଡିଶା

odisha

By ETV Bharat Odisha Team

Published : Nov 8, 2023, 6:48 AM IST

ETV Bharat / state

ଅପରାଧିକ ମାମଲା ବିଚାରଧିନ ଥିଲେ ବି ଅଟକିବନି ପଦୋନ୍ନତି: ହାଇକୋର୍ଟ

ଅପରାଧିକ ମାମଲା ଥିଲେ ବି କୌଣସି ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ଉପୁଜିବ ନାହିଁ ସମସ୍ୟା । ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଅଧିକ ପଢ଼ନ୍ତୁ

ଅପରାଧିକ ମାମଲା ବିଚାରଧିନ ଥିଲେ ବି ଅଟକିବନି ପଦୋନ୍ନତି
ଅପରାଧିକ ମାମଲା ବିଚାରଧିନ ଥିଲେ ବି ଅଟକିବନି ପଦୋନ୍ନତି

କଟକ:ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଅପରାଧିକ ମାମଲା ଥିଲେ ବି କୌଣସି ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ଉପୁଜିବ ନାହିଁ ସମସ୍ୟା ।ଯଦି ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲାର ବିଚାରାଧୀନ ଥାଏ, ତେବେ ତାଙ୍କୁ ପଦୋନ୍ନତି ପ୍ରଦାନ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି ।

ଅପରାଧିକ ମାମଲା ଥିଲେ ବି କୌଣସି ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ଉପୁଜିବ ନାହିଁ ସମସ୍ୟା । ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଯଦି ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲାର ବିଚାରାଧୀନ ଥାଏ, ତେବେ ତାଙ୍କୁ ପଦୋନ୍ନତି ପ୍ରଦାନ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କ ବିରୋଧରେ ୨୦୦୮ ମସହାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ତେବେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା ବେଳେ ତାଙ୍କୁ ଓଏଏସ୍ (ଏସଏଜି) ଓ ଓଏଏସ୍ (ସ୍ପେଶାଲ ସେକ୍ରେଟାରି) କ୍ୟାଡରକୁ ପଦୋନ୍ନତି ପ୍ରଦାନ କରାଯିବ ବୋଲି ହାଇକୋର୍ଟ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ନିର୍ଦେଶ ଦେଇଛନ୍ତି ।

ଆବେଦନକାରୀଙ୍କ ଠାରୁ କନିଷ୍ଠ ଅଧିକାରୀଙ୍କ ପଦୋନ୍ନତି ତାରିଖ ଠାରୁ ତାଙ୍କୁ ପଦୋନ୍ନତି ସହିତ ଅନ୍ୟାନ୍ୟ ସୁବିଧା ସର୍ତ୍ତମୂଳକ ଭାବେ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି । ସେହିପରି ଯଦି ଅପରାଧିକ ମାମଲାରେ ଆବେଦନକାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ତାଙ୍କ ବରିଷ୍ଠତାର ପୂର୍ବସ୍ଥିତିକୁ ଫେରାଇ ନିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ, ଡକ୍ଟର ଅଜୟ କୁମାର ନାୟକଙ୍କ ଆବେଦନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Mahanga Double Murder: ପ୍ରତାପ ଜେନାଙ୍କୁ ଆଶ୍ବସ୍ତି, କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍


ଆବେଦନକାରୀ ଡକ୍ଟର ଅଜୟ କୁମାର ନାୟକଙ୍କ ବିରୋଧରେ ୨୦୦୮ରେ ଏକ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା । ଏଥି ସହିତ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବି କରାଯାଇଥିଲା । ଅପରାଧିକ ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ନଥିଲା ଏବଂ ଆବେଦନକାରୀଙ୍କୁ ପଦୋନ୍ନତି ମଧ୍ୟ ମିଳି ନଥିଲା । ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ଆବେଦନକାରୀଙ୍କୁ ପଦୋନ୍ନତି ପ୍ରଦାନ ପାଇଁ ଅନୁମୋଦନ କରିଥିଲା । କିନ୍ତୁ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବାରୁ ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚୂଡାନ୍ତ ହୋଇ ନଥିବାରୁ ଡିପିସିଙ୍କ ଅନୁମୋଦନ ପରେ ଆବେଦନକାରୀଙ୍କ ପଦୋନ୍ନତି ପ୍ରସଙ୍ଗ ମୁଦା ଲଫାପାରେ ରଖାଯାଇଥିଲା । ଯାହାକୁ ଚାଲେଞ୍ଜ କରି ଆବେଦନକାରୀ ପଦୋନ୍ନତି ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଦୀର୍ଘବର୍ଷ ଧରି ଫୌଜଦାରୀ ଟ୍ରାଏଲ ଚାଲିବା ଅଭିଯୁକ୍ତର ସାମ୍ବଧାନିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ହାଇକୋର୍ଟରେ ପ୍ରାର୍ଥନା କରିଥିଲେ ଆବେଦନକାରୀ । ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details