କଟକ: ନର୍ସ ପଦବୀ ପୂରଣ ପାଇଁ ବାଟ ଫିଟିଲା । ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ବରୁ ହାଇକୋର୍ଟ ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ପରିବର୍ତ୍ତନ କରିଛନ୍ତି । ମେ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବି ସଂରକ୍ଷିତ ରଖାଯିବ। ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ଅନ୍ୟ ପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ଏହି କ୍ରମରେ ମୋଟ 7 ହଜାର 483 ଟି ନର୍ସ ପଦବୀ ପୂରଣ ହେବ ବୋଲି ସ୍ପଷ୍ଟ ହୋଇଛି।
ପୂର୍ବରୁ ଲଗାଇଥିବା ରୋକ ହଟାଇଲେ ଓଡିଶା ହାଇକୋର୍ଟ। ୩୦ ଟି ଜିଲ୍ଲା ଓ ୧୩ ଟି ମେଡିକାଲ କଲେଜ ହସ୍ପିଟାଲରେରେ ଖୁବଶୀଘ୍ର ନିଯୁକ୍ତି ହେବେ ନର୍ସିଂ ଅଫିସର । ରାଜ୍ୟରେ ଏବେ ୭୪୮୩ ନର୍ସିଂ ଅଫିସର ଚୟନ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପ୍ରକ୍ରିୟା ସ୍ଵାଭାବିକ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ସାମୟିକ ଭାବେ ନିଯୁକ୍ତି ପାଇଥିବା କିଛି ପାରମେଡିକାଲ ଷ୍ଟାଫ ଏହି ମାମଲା ରୁଜ୍ଜୁ କରିଥିଲେ। କୋଭିଡ ସମୟରେ ସେମାନେ କାମ କରିଥିବା ଯୋଗୁଁ ନୂଆ ନିଯୁକ୍ତି ରେ ସେମାନଙ୍କୁ ଅଗ୍ରାଧିକାର ମିଳୁ ବୋଲି ଦାବି କରି ଓଡିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।