କଟକ: କୁକୁର ବନ୍ଧ୍ୟାକରଣ ପାଇଁ ଫିଟିଲା ବାଟ । ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବା ପରେ ଏନେଇ ବାଟ ଫିଟିଛି । ପୂର୍ବରୁ ବନ୍ଧ୍ୟାକରଣ ଉପରେ ଅଙ୍କୁଶ ଲଗାଇଥିଲେ କୋର୍ଟ । ବିନା ମନିଟରିଂ କମିଟିରେ ବନ୍ଧ୍ୟାକରଣକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର ଉଲ୍ଳଙ୍ଘନ କରୁଥିବା ନେଇ ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ କୋର୍ଟ ଏହାର ଶୁଣାଣି କରି ପୂର୍ବରୁ ଏହା ଉପରେ ଅଙ୍କୁଶ ଲଗାଇଥିଲେ । ବିନା ମନିଟରିଂ କମିଟିରେ ବନ୍ଧ୍ୟାକରଣ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପରେ ବନ୍ଧ୍ୟାକରଣ ପ୍ରକ୍ରିୟା ବନ୍ଦ ହୋଇଥିଲା । ତେବେ କୋର୍ଟରେ ଏନେଇ ରାଜ୍ୟ ସରକାର ସତ୍ୟପାଠ କରିଛନ୍ତି । ବନ୍ଧ୍ୟାକରଣ ପାଇଁ ସରକାର ମନିଟରିଂ କମିଟି ଗଠନ କରିଥିବା କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି ସରକାର । କୋର୍ଟ ଏହାର ଶୁଣାଣି କରି ନିୟମ ଅନୁଯାୟୀ ବନ୍ଧ୍ୟାକରଣ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ରାଜ୍ୟର ସମସ୍ତ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ବନ୍ଧ୍ୟାକରଣ ପାଇଁ ବାଟ ଫିଟିଛି ।