ଓଡିଶା

odisha

ETV Bharat / state

ମୂର୍ତ୍ତି ଆକାର ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, 19ରେ ପରବର୍ତ୍ତୀ ଶୁଣାଣି - highcourt news

ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହୋଇଛି । ଯେଉଁ ମଣ୍ଡପ ଗୁଡିକ ୪ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରିଛନ୍ତି ତାହାର ସ୍ଥିତି ଅନୁଧ୍ୟାନ କରି ଆସନ୍ତା ସୋମବାର ଦିନ ରିପୋର୍ଟ ଦାଖଲ କରିବାକୁ ଆଡ଼ଭୋକେଟ ଜେନେରାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ମୂର୍ତ୍ତି ଆକାର ଅନୁଧ୍ୟାନ କରି ରିପୋର୍ଟ ଦାଖଲ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ, 19ରେ ଶୁଣାଣି
ମୂର୍ତ୍ତି ଆକାର ଅନୁଧ୍ୟାନ କରି ରିପୋର୍ଟ ଦାଖଲ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ, 19ରେ ଶୁଣାଣି

By

Published : Oct 16, 2020, 2:03 PM IST

କଟକ: ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହୋଇଛି । ଯେଉଁ ମଣ୍ଡପ ଗୁଡିକ ୪ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରିଛନ୍ତି ତାହାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସୋମବାର ଦିନ ଏହି ରିପୋର୍ଟ ଦାଖଲ କରିବାକୁ ଆଡ଼ଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମାମଲାର ପରବର୍ତ୍ତୀ ଶୁଣାଣୀ ସେହିଦିନ ହେବ ।

ମୂର୍ତ୍ତି ଆକାର ଅନୁଧ୍ୟାନ କରି ରିପୋର୍ଟ ଦାଖଲ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ, 19ରେ ଶୁଣାଣି

ତେବେ ଏହି ସମୟ ମଧ୍ୟରେ ମଣ୍ଡପ ଗୁଡିକୁ ସୁରକ୍ଷା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ଅଧିକ ଉଚ୍ଚତା ମୂର୍ତ୍ତି ନିର୍ମାଣ କରିଥିବା ମଣ୍ଡପ ପାଇଁ କୌଣସି ସମସ୍ୟା ନାହିଁ । ସେହିପରି ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଯେପରି କୌଣସି ବାଧା ନଉପୁଜେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ମୂର୍ତ୍ତି ନିର୍ମାଣ ଉଚ୍ଚତା ବିବାଦକୁ ନେଇ ଅନେକ ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details