ଓଡିଶା

odisha

ETV Bharat / state

ଓସିଏ ନିର୍ବାଚନ : ସଞ୍ଜୟଙ୍କ ପ୍ୟାନେଲକୁ ସମର୍ଥନ କଲେ ବିରୋଧୀ

ଓସିଏ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଓସିଏ ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ତେବେ ଓସିଏ ନିର୍ବାଚନ ନାମାଙ୍କନ ଦାଖଲ ସମୟରେ ବିରୋଧୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଥିବା ଦେଖାଯାଇଛି । ଅଧିକ ପଢନ୍ତୁ

ଓସିଏ ନିର୍ବାଚନ : ସଞ୍ଜୟଙ୍କ ପ୍ୟାନେଲକୁ ସମର୍ଥନ କଲେ ବିରୋଧୀ
ଓସିଏ ନିର୍ବାଚନ : ସଞ୍ଜୟଙ୍କ ପ୍ୟାନେଲକୁ ସମର୍ଥନ କଲେ ବିରୋଧୀ

By

Published : Oct 21, 2022, 9:18 PM IST

କଟକ: ଓସିଏ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଓସିଏ ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ୬ ଟି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି । ତେବେ ଓସିଏ ନିର୍ବାଚନ ନାମାଙ୍କନ ଦାଖଲ ସମୟରେ ବିରୋଧୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଥିବା ଦେଖାଯାଇଛି । ଓସିଏ ନିର୍ବାଚନରୁ ଓହରି ଯାଇଥିବା ଓସିଏ ବିରୋଧୀ ପ୍ୟାନେଲ ଆଜି ସଭାପତି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପୁରା ପ୍ୟାନେଲକୁ ଅଭିନନ୍ଦନ ଜଣାଇଥିଲେ । ଆଜି ଦିନ ୧୦.୩୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ରହିଥିଲା । ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ, ଆପେକ୍ସ କାଉନସିଲ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି ।

ଓସିଏ ନିର୍ବାଚନ : ସଞ୍ଜୟଙ୍କ ପ୍ୟାନେଲକୁ ସମର୍ଥନ କଲେ ବିରୋଧୀ

ଓସିଏ ନିର୍ବାଚନ ନେଇ ବିରୋଧୀ ପ୍ୟାନେଲ ମୁଖ୍ୟ କହିଥିଲେ ଯେ " ମୁଖ୍ୟମନ୍ତ୍ରୀ କ୍ରୀଡାର ବିକାଶ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି କ୍ରମରେ କ୍ରିକେଟର ବିକାଶ ସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ ଓସିଏକୁ ପଠାଇଛନ୍ତି । ତେଣୁ ଆରମ୍ଭରୁ ଆମେ ସିଧାସଳଖ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ପ୍ରଣବଙ୍କ ନାଁ ସାମ୍ନାକୁ ଆସିବାରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଛୁ । ପ୍ରଣବ ଜଣେ ଦକ୍ଷ ସଙ୍ଗଠକ ତେଣୁ ଆମର ସମ୍ପୂର୍ଣ୍ଣ ସମର୍ଥନ ତାଙ୍କୁ ଓ ଓଡିଶା କ୍ରିକେଟ ପ୍ରତି ରହିବ ।"

ଏହା ମଧ୍ୟ ପଢନ୍ତୁ:OCA ନିର୍ବାଚନରେ ବିଜେଡ଼ି ନେତା ସାମିଲ ଅର୍ଥ ଦୁର୍ନୀତିକୁ ପ୍ରଶୟ ଦେବା: ବିଜେପି

ଓସିଏର ୬ଟି ପଦବୀ ପାଇଁ ସଞ୍ଜୟ ବେହେରାଙ୍କ ପ୍ୟାନେଲ ନାମାଙ୍କନ ଦାଖଲ କରିଛନ୍ତି । ଏହି ପ୍ୟାନେଲରେ ପୂର୍ବ ଘୋଷିତ ସମସ୍ତ ପ୍ରାର୍ଥୀଙ୍କ ସମେତ ଓସିଏର ସଦସ୍ୟ ଆଶୀର୍ବାଦ ବେହେରା ମନୋନୀତ କରିଥିବା ୩ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଭରିଛନ୍ତି । ସମ୍ପାଦକ ସଞ୍ଜୟ ବେହେରା ଓ ପୂର୍ବରୁ କୋଷାଧ୍ୟକ୍ଷ ଥିବା ବିକାଶ ପ୍ରଧାନ ତାଙ୍କ ପଦବୀ ଅବ୍ୟାହାତ ରଖିଥିବା ବେଳେ ସଭାପତି ଭାବରେ ସାମ୍ନାକୁ ଆସିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ସେହିପରି ଉପସଭାପତି ପଦରେ ପଙ୍କଜ ଲୋଚନ ମହାନ୍ତି , ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ ,ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ପ୍ରଧାନ ନାମାଙ୍କନ ଭରିଛନ୍ତି । ସମସ୍ତେ ଆଜି ମା କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବା ସହିତ ଓଡିଶା କ୍ରିକେଟର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details