କଟକ: ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ବକପ ଉଦଘାଟନୀ ଉତ୍ସବ( Hockey world cup ceremony)। ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ବିଶ୍ବକପ ଉଦଘାଟନୀ ସମାରୋହର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଟକ ମହାନଗର ଶାନ୍ତି କମିଟି ଏବଂ କଟକ ମହାନଗର ପୂଜା କମିଟି ସଦସ୍ୟ । କଟକରେ ଉଦଘାଟନୀ ଉତ୍ସବ ଆୟୋଜନକୁ ନେଇ ବିଶେଷ କୃତଜ୍ଞତା ଜଣାଇଛନ୍ତି ଉଭୟ କମିଟି ।
ତେବେ ପୂଜା କମିଟି ଏବଂ ଶାନ୍ତି କମିଟିର ୨୫ ଜଣ ସଦସ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଥିଲେ। ଭେଟିବା ସହ କିଭଳି ଭାବେ ଶାନ୍ତି ଶୃଙ୍ଖଳାରେ ହକିର ଉଦଘାଟନୀ ଉତ୍ସବ ହେବ ସେ ନେଇ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। କାରଣ ଏହି ବିଶ୍ୱକପ କେବଳ ଭୁବନେଶ୍ୱର ନୁହେଁ ବରଂ ପୁରା ରାଜ୍ୟ ପାଇଁ ଗୌରବ । ତେଣୁ ଆମେ ସମସ୍ତେ ମିଳିମିଶି ଏହି ବିଶ୍ୱ କପି କୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଲେ ବୋଲି କହିଛନ୍ତି ଶାନ୍ତି କମିଟି ।