ଓଡିଶା

odisha

ETV Bharat / state

କଟକ ସାଇକୋ କିଲରର ପର୍ଦ୍ଦାଫାଶ, ସନ୍ଦିଗ୍ଧ ଅଟକ

କଟକ ସାଇକୋ କିଲରକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଜଣେ ସନ୍ଦିଗ୍ଧକୁ ଅଟକ ରଖିବା ସହ ଅଧିକ ପଚରାଉଚୁରା କରୁଥିବାବେଳେ ଗଞ୍ଜାମ ଅଞ୍ଚଳର ନାରାୟଣ ସାହୁ ବୋଲି ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jul 29, 2019, 12:34 PM IST

Updated : Jul 29, 2019, 5:17 PM IST

କଟକ: ସହରରେ ଆତଙ୍କ ଖେଳାଇଥିବା ସନ୍ଦିଗ୍ଧ ସିରିଜ କିଲରକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି । ତେବେ ସେ ସାଇକୋ କିଲର ବୋଲି ସ୍ପଷ୍ଟ ହୋଇନଥିବାବେଳେ ଓଡଗାଁର ନାରାୟଣ ସାହୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ/ଭୁବନେଶ୍ବର

କଟକରେ 3 ଜଣ ଶ୍ରମିକଙ୍କୁ ସମାନ ଭାବେ ଗଳା କାଟି ହତ୍ୟା କରିଥିବା ଘଟଣାରେ ଆଜି ଜଣକୁ ଅଟକ ରଖିଥିଲା କମିଶନରେଟ ପୋଲିସ । ଏବଂ ବିଭିନ୍ନ ଦିଗକୁ ନେଇ ସନ୍ଦିଗ୍ଧକୁ ଅଧିକ ପଚରାଉଚରା କରାଯାଉଥିବା କହିଛନ୍ତି ଡିସିପି । ଗଞ୍ଜାମର ଏହି ବ୍ୟକ୍ତି ଜଣକ ତିନି 4 ମାସ ଧରି କଟକରେ ରହୁଥିଲା । ତେବେ ଗତ 24 ଘଟଣାର ପର ଠାରୁ ସେ ସହରରେ କୌଣସି ହତ୍ୟାକାଣ୍ଡ କରିନଥିଲା ।

ଏହି ସିରିଜ କିଲରକୁ ଧରିବା ପାଇଁ କମିଶନରେଟ ପୋଲିସ ଦିନ ରାତି ଏକ କରି ଦେଇଥିବାବେଳେ ସହରର କଳିକନ୍ଦିରେ ସିସିଟିଭି ଲଗାଯାଇଥିଲା । ତେବେ ସନ୍ଦିଗ୍ଧ ଅଟକ ରଖାଯିବା ପରେ କଟକବାସୀଙ୍କୁ ଆଉ ଆଶଙ୍କା ନକରିବାକୁ ପୋଲିସ କମିଶନର କହିଛନ୍ତି ।

ସୂଚନାଯୋଗ୍ୟ, ଜୁଲାଇ 23ରେ ଦୁଇ ଦୁଇଟି ହତ୍ୟାକାଣ୍ଡ କରିବା ପରେ 24ରେ ପୁଣି ଗୋଟେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସମାନ ଢଙ୍ଗରେ ହତ୍ୟା କରାଯାଉଥିବାର ଜଣଙ୍କ ଉପରେ ସନ୍ଦେହ କରୁଥିଲା ପୋଲିସ ।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 29, 2019, 5:17 PM IST

ABOUT THE AUTHOR

...view details