ଓଡିଶା

odisha

ETV Bharat / state

ଚୌଦ୍ବାର ଜେଲରେ କଏଦୀକୁ ହାଣିଲା କଏଦୀ

ଜେଲ ଭିତରେ ବି ଉନ୍ମତ୍ତକାଣ୍ଡ । ସଜ୍ଜା ଭୋଗିବାକୁ ଆସିଥିବା କଏଦୀ ସାଜିଲା ପୁଣି ହତ୍ୟାକାରୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା,. କଟକ

By

Published : Jun 24, 2019, 4:21 PM IST

Updated : Jun 24, 2019, 6:44 PM IST

କଟକ: ଚୌଦ୍ବାର ଜେଲରେ କଏଦୀକୁ ହତ୍ୟା କରିଛି ଆଉ ଜଣେ କଏଦୀ । ଚୌଦ୍ବାର ମଣ୍ଡଳ କାରାଗାରରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀ ଜଣକ କଟକ ବିଡାନାସୀ ଥାନା ତୁଳସୀପୁରର ରମେଶ ପ୍ରଧାନ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୮ଟା ବେଳେ କିଛି କଏଦୀ ଜେଲ ଭିତରେ ଥିବା ବଗିଚାରେ କାମ କରୁଥିଲେ। ସେଠାରେ କାମ କରୁଥିବା ଅନ୍ୟ ଜଣେ କଏଦୀ ସହ ରମେଶର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କଏଦୀ ଜଣକ କାମ କରୁଥିବା କୋଦାଳରେ ରମେଶକୁ ଆକ୍ରମଣ କରିଥିଲା ।

ଗୁରୁତରଭାବେ ରମେଶକୁ କଟକ ଏସସିବି ମେଡିକାଲକୁ ପଠାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଜେଲ୍ ୱାଡେନ ବାସୁଦେବ ବାସ୍କେଙ୍କୁ ସସପେଣ୍ଡ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 24, 2019, 6:44 PM IST

ABOUT THE AUTHOR

...view details