ଓଡିଶା

odisha

ETV Bharat / state

ଆକାଶରୁ ଖସିଲା କାଳ: ବଜ୍ରାଘାତରେ ଜଣଙ୍କ ମୃତ୍ୟୁ, 2 ଗୁରୁତର - ବଜ୍ରପାତଜନିତ ମୃତ୍ୟୁ

ଭିନ୍ନ ଭନ୍ନ ସ୍ଥାନରେ ବଜ୍ରପାତ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 2, 2023, 8:30 PM IST


ନିଆଳି: ଆକାଶରେ ଘୋଟି ଆସିଲା ମେଘ । ଘଡଘଡି ସହ ତୁହାକୁ ତୁହା ବଜ୍ରାପାତର ବର୍ଷା । ବଜ୍ରପାତକୁ ନେଇ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣ ଖବର । କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ସମେତ ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ରଜପାତ ହୋଇଛି । ଶନିବାର ଅପରାହ୍ନ ତିନିଟା ସମୟରେ ନିଆଳି ଅଞ୍ଚଳରେ ପ୍ରବଳ ବର୍ଷା ପବନ ସାଙ୍ଗକୁ ଘଡଘଡି ମରିଥିଲା । ଯେଉଁଥିରେ ନିଆଳି ଥାନା ଜଲ୍ଲାରପୁର ଓ‌ ଷଣ୍ଢପୁର ରାସ୍ତାରେ ଆସୁଥିବା ଜଗତସିଂହପୁର ବିରିଡି ବ୍ଲକ ତେନ୍ତୁଳିଆ ଗ୍ରାମର ଅର୍ଜୁନ ଦାସ ବଜ୍ରପାତର ଶିକାର ହୋଇଥିଲେ । ଅର୍ଜୁନ ସଂଜ୍ଞାହୀନ ହୋଇ ବିଲରେ ପଡି ରହିଥିବା ବେଳେ ଲୋକେ ତାଙ୍କୁ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନୋଇଥିଲେ । ତେବେ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଥାନା ସତ୍ୟଭାମାପୁର ମଶାଣି ନିକଟ କୁଆଖାଇ ନଦୀ ପଠାରେ ଗାଈ ଚରାଉଥିବା ସମୟରେ ସୁବାସ ବେହେରା ବଜ୍ରପାତର ସମ୍ମୁଖୀନ ହୋଇଥିଲେ । ନିକଟରେ ଥିବା ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ସୁବାସଙ୍କ ଘର ବାଲିଅନ୍ତା ଥାନା କନ୍ତାଗୋଠରେ ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ.. ବଜ୍ରାଘାତ ପରେ ଅଂଶୁଘାତ, ପାଠପଢ଼ା ବେଳେ ୬ ଛାତ୍ରଛାତ୍ରୀ ଅସୁସ୍ଥ

ଏହାସହ ବଜ୍ରପାତରେ ବାଲିପାଟଣାର ଭୀମସେନ ଗୁରୁତର ଆହାତ ହୋଇଥିବା ବେଳେ ଗୋଟିଏ ମଇଁଷିର ମୃତ୍ୟୁଘଟିଛି । ଆହତ ଭୀମସେନଙ୍କୁ ପରିବାର ଲୋକେ ତାଙ୍କୁ ତୁରନ୍ତ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ..ଗଛ ତଳେ ଛିଡା ହୋଇଥିବା ବେଳେ ଖସିଲା ମୃତ୍ୟୁ: ଜଣେ ମୃତ, ୨ ଗୁରୁତର

ଗତ କିଛି ମାସ ତଳେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରଦା ଗ୍ରାମର ବଟକୃଷ୍ଣ ବେହେରା ଓ ନାତି ଦେବେନ୍ଦ୍ର ମଇଁଷି ଚରାଉଥିଲେ । ଅଚାନକ ଏହି ସମୟରେ ବଜ୍ରପାତର ସମ୍ମୁଖୀନ ହୋଇଥିଲେ ବଟକୃଷ୍ଣ । ଫଳରେ ଘଟଣାସ୍ଥଳରେ ୬୪ ବର୍ଷୀୟ ବଟକୃଷ୍ଣ ବେହେରାଙ୍କ ଅକାଳ ବିୟୋଗ ଘଟିଥିଲା । ସେହିପରି କଟକ ଜିଲ୍ଲା ଓଲଟପୁର ଥାନା ମଉଜପୁର ଗ୍ରାମର ରଘୁ ବେହେରା ଗାଈ ଚଳାଉଥିବା ସମୟରେ ବଜ୍ରପାତର ସମ୍ମୁଖୀନ ହୋଇଥିଲେ । ଫଳରେ ଘଟଣାସ୍ଥଳରେ ତିନି ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ରଘୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details