ଓଡିଶା

odisha

ETV Bharat / state

ଆକାଶରୁ ଖସିଲା କାଳ, ଅକାରଣରେ ନେଇଗଲା ଜୀବନ - ବଜ୍ରପାତଜନିତ ମୃତ୍ୟୁ

ଭିନ୍ନ ଭନ୍ନ ସ୍ଥାନରେ ବଜ୍ରପାତ ହୋଇଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗାଈଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

ଭିନ୍ନ ଭିନ୍ନ ସ୍ଥାନରେ ମୃତ୍ୟୁର ବର୍ଷା
ଭିନ୍ନ ଭିନ୍ନ ସ୍ଥାନରେ ମୃତ୍ୟୁର ବର୍ଷା

By

Published : Aug 6, 2023, 10:58 PM IST

ନିଆଳି: ଅକାଶରୁ ଖସିଲା ମୃତ୍ୟୁ । ନେଇଗଲା ଜୀବନ । ବଜ୍ରପାତକୁ ନେଇ ଦୁଇଟି ସ୍ଥାନରୁ ଆସିଛି ଅଘଟଣ ଖବର । ଗୋଟିଏ ସ୍ଥାନରେ ଜେଜେ ଓ ନାତି ମଇଁଷି ଚରାଉଥିବା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ ନାତି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ସେହିପରି ଅନ୍ୟ ଏକ ସ୍ଥାନରେ ବଜ୍ରପାତ ଯୋଗୁଁ ତିନି ଗାଈଙ୍କ ମୃତ୍ୟୁ ଘଟିଛି । ଗୋପାଳକ ଅଳ୍ପକେ ରକ୍ଷା ପାଇ ଯାଇଛି ।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା । ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରଦା ଗ୍ରାମର ବଟକୃଷ୍ଣ ବେହେରା ଓ ନାତି ଦେବେନ୍ଦ୍ର ମଇଁଷି ଚରାଉଥିଲେ । ଅଚାନକ ଏହି ସମୟରେ ବଜ୍ରପାତର ସମ୍ମୁଖୀନ ହୋଇଥିଲେ ବଟକୃଷ୍ଣ । ଫଳରେ ଘଟଣାସ୍ଥଳରେ ୬୪ ବର୍ଷୀୟ ବଟକୃଷ୍ଣ ବେହେରାଙ୍କ ଅକାଳ ବିୟୋଗ ଘଟିଥିଲା । ସୌଭାଗ୍ୟବସତଃ ଘଟଣାସ୍ଥଳରେ ଉପସ୍ଥିତ ଥିବା ନାତି ଦେବେନ୍ଦ୍ର ଅଳ୍ପକେ ରକ୍ଷା ପାଇଯାଥିବା ସୂଚନା ମିଳିଛି । ବଟକୃଷ୍ଣଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ ନେଇଥିଲେ ଗ୍ରାମବାସୀ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଅରମ୍ଭ କରିବା ସହ ବଟକୃଷ୍ଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।‌

ସେହିପରି କଟକ ଜିଲ୍ଲା ଓଲଟପୁର ଥାନା ମଉଜପୁର ଗ୍ରାମର ବ୍ରଜବନ୍ଧୁ ବେହେରାଙ୍କ ପୁଅ ରଘୁ ବେହେରା ଗାଈ ଚଳାଉଥିବା ସମୟରେ ବଜ୍ରପାତର ସମ୍ମୁଖୀନ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ତିନି ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ରଘୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ହେଲେ ବଜ୍ରପାତ କାରଣରୁ ସମାସ୍ୟ ଆହତ ହୋଇ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରଘୁ କହିଛନ୍ତି ।

ଏହା ବି ପଢନ୍ତୁ:ଭଦ୍ରକର ବିଭିନ୍ନ ସ୍ଥାନରେ ବଜ୍ରପାତ, ଜଣେ ମୃତ

ଗତ କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳର ବାପା ଓ ପୁଅ କାକଟପୁର ଅଞ୍ଚଳରୁ ଘରକୁ ଫେରୁଥିବା ସମୟରେ କଟକ ଜିଲ୍ଲା ନିଆଳି ଥାନା ନିର୍ଭରଣ ପଞ୍ଚାୟତ ବଜ୍ରପାତ ଯୋଗୁଁ ବାପ ଓ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।‌ ଏହାସହ ଭଦ୍ରକ ତଳକାଁପଡା ଗ୍ରାମର ମଧୁସୂଦନ ମଳିକଙ୍କ ସ୍ତ୍ରୀ ଜେମାମଣି ମଳିକ ବିଲରେ କାମ କରୁଥିବା ବେଳେ ହଠାତ ବର୍ଷା ସହ ବିଜୁଳି ମାରିଥିଲା । ସେ ବିଲରୁ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଟଳି ପଡିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଥିଲା ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details