କଟକ:କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣା । SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ପିଣ୍ଟୁ ଖାନ । ବର୍ତ୍ତମାନ ଏସସିବିରେ 32 ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧରୁ 2 ଜଣଙ୍କ ଅବସ୍ଥା ସଂକଟପର୍ଣ୍ଣ ରହିଥିବା ବେଳେ 10ଜଣ ଆଇସିୟୁରେ ରହିଥିବା ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: Kendrapara firecracker mishap: ଚିକିତ୍ସାଧିନ ଅବସ୍ଥାରେ ବାଣୁଆ ମୃତ
ଗତ ବୁଧବାର ରାତିରେ କାର୍ତ୍ତିକେଶ୍ବର ଭସାଣି ବେଳେ ବାଣ ବିସ୍ଫୋରଣରେ 35ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ସେଥିମଧ୍ୟରୁ 34ଣ ଗୁରୁତର ହେବାରୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ତେବେ ନଭେମ୍ବର25 ତାରିଖରେ ବାଣୁଆ ଉଦୟ ଭୋଇଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଗତକାଲି(ରବିବାର) ରାତିରେ ପିଣ୍ଟୁ ଖାନ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ବର୍ଣ୍ଣ ୟୁନିଟ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଏହି ଘଟଣାରେ ମୃତକଙ୍କ ସଂଖ୍ୟା 2ରେ ପହଞ୍ଚିଛି ।
ଇଟିଭି ଭାରତ, କଟକ