ଓଡିଶା

odisha

ETV Bharat / state

ବାହନଗା ଟ୍ରାଜେଡି: SCBରେ ଆଖିବୁଜିଲେ ଆଉ ଜଣେ, ମୃତ୍ୟୁସଂଖ୍ୟା 293କୁ ବୃଦ୍ଧି

ବାହାନଗା ଟ୍ରାଜେଡିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଏହାକୁ ମିଶାଇ କଟକ ଏସସିବି ବଡ଼ ମେଡିକାଲରେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ

By

Published : Jun 29, 2023, 4:18 PM IST

SCB ରେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି
SCB ରେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି

କଟକ: ବାଲେଶ୍ବର ବାହନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଛି। କଟକ ଏସସିବି ବଡ଼ ମେଡିକାଲ ଚିକିତ୍ସିତ ଅବସ୍ଥାରେ ଆଉ ଜଣଙ୍କ ଜୀବନ ଯାଇଛି। ମୃତକ ଜଣକ ବିହାରର ମନୀଷ କୁମାର ବୋଲି ଜଣାପଡିଛି । ମନୀଷଙ୍କ ବୟସ ମାତ୍ର 24 ବର୍ଷ ହୋଇଥିବାବେଳେ ବାହାନଗା ଟ୍ରେନ ଦୁର୍ଘଟଣା ପରଠାରୁ ସେ ଚିକିତ୍ସିତ ହୋଇଆସୁଥିଲେ । ସେ ଗତ 3 ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିବାବେଳେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ବାହନଗା ଟ୍ରାଜେଡିରେ ସମୂଦାୟ ମୃତ୍ୟୁସଂଖ୍ୟା 293କୁ ବୃଦ୍ଧି ପାଇଛି ।

ତେବେ ଦୁର୍ଘଟଣାରେ ତାଙ୍କର ଶରୀରରେ ବ୍ୟାପକ ଭାବରେ କ୍ଷତ ହୋଇଥିଲା। ଦୀର୍ଘ ଦିନ ଧରି ଚିକିତ୍ସା ପରେ ଆଜି ସେ ଶେଷରେ ମୃତ୍ୟବରଣ କରିଛନ୍ତି। ତାଙ୍କ ବାପାଙ୍କ ନାଁ ସାଗର ରାମ ହୋଇଥିବା ଜଣାପଡିଛି । ମନୀଷଙ୍କ ଘର ବିହାର ରାଜ୍ୟର ଜମୁଇଠାରେ ହୋଇଥିବା ଜଣାପଡିଛି। ସେ ସେଣ୍ଟ୍ରାଲ ଆଇସିୟୁରେ ବେଡ଼ ନଂ 15 ରେ ଚିକିତ୍ସିତ ହେଉଥିଲେ। ଆଜି ଦିନ ପ୍ରାୟ 1.30 ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି । ଏହାକୁ ମିଶାଇ ଏସସିବିରେ ବର୍ତ୍ତମାନ 5 ଜଣ ଟ୍ରେନ ଟ୍ରାଜେଡିରେ ଆହତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ବର୍ତ୍ତମାନ ଏସିବିରେ ମୋଟ 22 ଜଣ ବାହାନଗା ଟ୍ରେନ ଟ୍ରାଜେଡି ଆହତ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ସେଥିମଧ୍ୟରୁ 5ଜଣ ଆଇସିୟୁରେ ଥିବାବେଳେ ଅନ୍ୟ 17 ଜଣ ୱାର୍ଡରେ ଚିକିତ୍ସାରତ ରହିଛନ୍ତି । ପୂର୍ବରୁ କଟକ ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ 33 ବର୍ଷୀୟ ସୋହିମ ମନସୁର। ତେବେ ସୋହିମ ମଧ୍ୟ ବିହାର ରାଜ୍ୟର ବାସିନ୍ଦା ଥିଲେ । ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଚିକିତ୍ସା ପାଇଁ ତାଙ୍କୁ ଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବାରୁ ତାଙ୍କୁ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ...ହୃଦଘାତରେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ରଙ୍କ ପରଲୋକ

ସୋହିମ ଆହତ ହେବା ପରେ ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଯାହା ଫଳରେ ତାଙ୍କର କିଡନୀ ଖରାପ ହୋଇଯାଇଥିବା ଡାକ୍ତରୀ ତଥ୍ୟରୁ ଜଣାପଡିଥିଲା। ଏହାପରେ ସୋହିମଙ୍କ ଡାଇଲେସିସ କରାଯାଇଥିଲା । ହେଲେ ଏହା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଯାହା ଫଳରେ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଆଜି ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ବିହାରର ମନୀଷଙ୍କ ଜୀବନ ଯାଇଛି। ଫଳରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ସଂଖ୍ୟା 5 ରେ ପହଞ୍ଚିଥିବା ଜଣାପଡିଛି। ସେପଟେ ଏପର୍ଯ୍ୟନ୍ତ ବି ଅନେକ ମୃତଦେହ ଚିହ୍ନଟ ହୋଇପାରିନଥିବା ଜଣାପଡିଛି।

ଇଟିଭି ଭାରତ, କଟକ

ABOUT THE AUTHOR

...view details