ଓଡିଶା

odisha

ETV Bharat / state

ମୁଣ୍ଡଳୀରେ ପ୍ରବାହିତ ହେଉଛି 10 ଲକ୍ଷ 26 ହଜାର କ୍ୟୁସେକ ବନ୍ୟା ଜଳ - flood situation of odisha

ହୀରାକୁଦ ଡ୍ୟାମରୁ ପାଣି ଛାଡିବା ପରେ ମୁଣ୍ଡଳୀରେ ବଢୁଛି ଜଳସ୍ତର । ଆଜି ସକାଳ 9ଟା ସୁଦ୍ଧା 10 ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଅଧିକ ପଢନ୍ତୁ...

ମୁଣ୍ଡଳୀରେ ପ୍ରବାହିତ ହେଉଛି 10 ଲକ୍ଷ କ୍ୟୁସେକ ବନ୍ୟା ଜଳ
ମୁଣ୍ଡଳୀରେ ପ୍ରବାହିତ ହେଉଛି 10 ଲକ୍ଷ କ୍ୟୁସେକ ବନ୍ୟା ଜଳ

By

Published : Aug 31, 2020, 10:18 AM IST

କଟକ: ସକାଳ 9ଟା ସୂଚନା ଅନୁସାରେ, ମୁଣ୍ଡଳୀ ଦେଇ 10 ଲକ୍ଷ 26 ହଜାର 218 କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ନରାଜରେ 5 ଲକ୍ଷ 8 ହଜାର 762 କ୍ୟୁସେକ ବନ୍ୟାଜଳ କାଠଯୋଡିକୁ ନିଷ୍କାସିତ ହେଉଥିବାବେଳେ ଅବଶିଷ୍ଟ ଯୋବ୍ରା ଆନିକଟରେ ମହାନଦୀକୁ ନିଷ୍କାସିତ ହେଉଛି । ଯାହାକି ଚଳିତ ବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ସ୍ଥାନରେ ବନ୍ୟାଜଳ ପହଞ୍ଚି ସାରିଛି । ଆଗକୁ ଆହୁରି ବନ୍ୟାର ସ୍ଥିତି ସଙ୍ଗିନ ହେବାକୁ ଯାଉଛି । ବିଶେଷକରି ତଳିଆ ଅଞ୍ଚଳ ପାଇଁ ବିପଦ ବଢି ବଢ଼ିବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଉଛି ଏହି ବନ୍ୟାଜଳ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଥିବା ନରାଜ ବ୍ୟାରେଜ ଯନ୍ତ୍ରୀ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details