ଓଡିଶା

odisha

By

Published : Jun 24, 2022, 10:15 PM IST

ETV Bharat / state

ଜମି ଦଲାଲ ଗିରଫ, ଲୁଟିଥିଲେ ଲକ୍ଷାଧିକ ଟଙ୍କା

୧୭୫୦ ବର୍ଗଫୁଟ ଜାଗା ଯୋଗାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟିଥିବା ଜମି ଦଲାଲକୁ ବାନ୍ଧିଲା ପୋଲିସ । ମହାନଦୀ ବିହାରରେ ଥିବା ବସୁନ୍ଧରା ଲ୍ୟାଣ୍ଡ ଅଣ୍ଡ ଡେଭଲପର୍ସ ନାମକ ସଂସ୍ଥାର ମାଲିକ ଦମୟନ୍ତୀ ନାୟକ ଓ ସ୍ବାମୀ କିଶୋର ଚନ୍ଦ୍ର ଜେନା ଏହି ଠକାମୀ ଘଟଣାର ମୁଖ୍ୟ ଅଟେ । ଅଧିକ ପଢନ୍ତୁ

ଜମି ଦଲାଲ ଗିରଫ, ଲୁଟିଥିଲେ ଲକ୍ଷାଧିକ ଟଙ୍କା
ଜମି ଦଲାଲ ଗିରଫ, ଲୁଟିଥିଲେ ଲକ୍ଷାଧିକ ଟଙ୍କା

କଟକ: ଜମି ଦଲାଲକୁ ବାନ୍ଧିଲା ପୋଲିସ । ୧୭୫୦ ବର୍ଗଫୁଟ ଜାଗା ଯୋଗାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟିଥିଲା ସେ । ମାମଲା ଆଧାରରେ ଏକ ଘରୋଇ ସଂସ୍ଥାର ମାଲିକଙ୍କୁ ହ୍ୟାଣ୍ଡକପ ପକାଇ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏହି ଘଟଣାଟି ୨୦୧୦ ମସିହାର ।

ପୋଲିସ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ମହାନଦୀ ବିହାରରେ ଥିବା ବସୁନ୍ଧରା ଲ୍ୟାଣ୍ଡ ଅଣ୍ଡ ଡେଭଲପର୍ସ ନାମକ ସଂସ୍ଥାର ମାଲିକ ଦମୟନ୍ତୀ ନାୟକ ଓ ସ୍ବାମୀ କିଶୋର ଚନ୍ଦ୍ର ଜେନା ଏହି ଠକାମୀ ଘଟଣାର ମୁଖ୍ୟ ଅଟେ । ବାଙ୍କୀ ଅଞ୍ଚଳର ସରୋଜିନୀ ରାଉତରାୟ ନାମକ ଏକ ମହିଳା ୨୦୧୦ ମସିହାରେ ଜମି କିଣିବା ପାଇଁ ଏହି ସଂସ୍ଥାର ଦ୍ବାରସ୍ଥ ହୋଇଥିଲେ । ଅନନ୍ତପୁରୀ ପ୍ରୋଜେକ୍ଟ ଅଧୀନରେ ୧୭୫୦ ବର୍ଗଫୁଟ ଜାଗା କିଣିବା ପାଇଁ ପଞ୍ଜିକରଣ କରିଥିଲେ ସେ । ପ୍ରଥମ ପର୍ଯ୍ୟାୟରେରେ ଏହି ଦମ୍ପତି ସରୋଜିନୀଙ୍କୁ ୫୦ ହଜାର ଟଙ୍କା ପୈଠ ପାଇଁ କହିଥିଲେ ଓ ସେ ଉକ୍ତ ଘରୋଇ ସଂସ୍ଥାରେ ଟଙ୍କା ପୈଠ କରି ଚାଲାଣ ନେଇଥିଲେ । ଏହାପରେ ମଧ୍ୟ ଲକ୍ଷାଧିକ ଟଙ୍କା ଏହି ଘରୋଇ ସଂସ୍ଥାରେ ପୈଠ କରିଥିଲେ ଅଭିଯୋଗକାରୀ । କିନ୍ତୁ, ସମୟ ଗଡ଼ିବା ସହ ଜମି କିଣିବା ମଧ୍ୟ ସରୋଜିନୀଙ୍କ ପାଇଁ ସାତ ସ୍ବପ୍ନ ପାଲଟି ଯାଇଥିଲା ।

ଉଭୟ ଟଙ୍କା ନେଇ ଏକପ୍ରକାର ଫେରାର ଥିଲେ । ତେବେ ଏନେଇ ୨୦୨୦ ମସିହାରେ ଚଉଳିଆଗଞ୍ଜ ଥାନାରେ ଏକ ଲିଖିତ ମାମଲା କରିଥିଲେ ଅଭିଯୋଗକାରୀ । ତେବେ ଅନେକ ଦିନର ତଦନ୍ତ ପରେ ଆଜି(ଶୁକ୍ରବାର) ଘରୋଇ ସଂସ୍ଥାର ମୁଖ୍ୟ ଦମୟନ୍ତୀ ନାୟକଙ୍କୁ ଗିରଫ କରିଛି ପୋଲିସ । ୨୦୧୦ ମସିହାରେ ସରୋଜିନୀଙ୍କଠୁ ମୋଟ ୨ ଲକ୍ଷ ୩୬ ହଜାର ଟଙ୍କା ନେଇଛନ୍ତି ଏହି ଠକ ଦମ୍ପତି । ଜମି ଓ ଟଙ୍କା ଫେରସ୍ତ ପାଇଁ ଯେତେ ନିବେଦନ କରିଥିଲେ ସୁଦ୍ଧା ଦମୟନ୍ତି ଏହି ଦିଗରେ ଆଉ ହସ୍ତକ୍ଷେପ କରିନଥିଲେ । ତେଣୁ ଆଜି ଦମୟନ୍ତୀକୁ ଗିରଫ ପରେ କୋର୍ଟ ଚାଲାଣ କରଯାଇଛି । ପୂର୍ବରୁ ଦମୟନ୍ତୀଙ୍କ ନାଁରେ କଟକ ଓ ଅନ୍ୟାନ୍ୟ ଜିଲ୍ଲାରେ ଅଭିଯୋଗ ରହିଥିବା ଥାନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details