ନିଆଳି :କଟକ ସହର ସ୍ଥିତ ନିଆଳି ଅଡଶପୁର ମେଡିକାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ମୃତ ଯୁବକଙ୍କ ପରିଚୟ ଏଯାବତ ଜଣା ପଡ଼ିନାହିଁ ।
ଉଭୟ ଗୁରୁତରଙ୍କୁ ଅଡଶପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ ଆଜି ଅପରାହ୍ନରେ କଟକରୁ ନିଆଳି ଅଭିମୁଖେ ଏକ ଗ୍ଲାମର ବାଇକରେ ତିନି ଜଣ ଯାଉଥିଲେ । ସେହି ସମୟରେ ଅଡଶପୁର ମେଡିକାଲ ଛକ ନିକଟରେ ଏକ ମାଲବାହୀ ଟ୍ରକ୍ ଏମାନଙ୍କୁ ପଛପଟୁ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।