କଟକ: ଟ୍ରକ ଧକ୍କାରେ ଛାତ୍ରୀ ମୃତ । କଟକ ଜିଲ୍ଲା ଟାଙ୍ଗୀ ଡ୍ରିମସ କଲେଜ ଛକ ନିକଟରେ ଜଣେ ଛାତ୍ରୀଙ୍କୁ ଗୋଟିଏ ଟ୍ରକ ଧକ୍କା ଦେବା ଫଳରେ ଛାତ୍ରୀଜଣଙ୍କର ମୃତ୍ୟ ହୋଇଛି । ଛାତ୍ରୀଜଣକ ହେଲେ ଟିକରା ଗ୍ରାମର ଦେବସ୍ମିତା ସାହୁ ।
ସୂଚନାଅନୁସାରେ, ହେବସ୍ମିତା ଜଗତପୁର କଲେଜରୁ ଘରକୁ ଫେରୁଥିଲେ । ଡ୍ରିମସ କଲେଜ ଛକ ନିକଟରେ ତାଙ୍କୁ ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତାରେ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ । ରାସ୍ତାରେ ମୃତଦେହ ରଖି କ୍ଷତି ପୂରଣ ଦାବି କରିଥିଲେ ସ୍ଥାନୀୟ ଲାେକ ।