ଓଡିଶା

odisha

By

Published : Feb 28, 2023, 8:22 AM IST

ETV Bharat / state

କଟକରେ ନକଲି ଝାଡାବାନ୍ତି ଔଷଧ ଜବତ, ଜଣେ ଅଟକ

ସିଲିଭର ସିଟି କଟକରୁ ପୁଣି ନକଲି ଔଷଧ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ

Duplicate medicine in cuttack
କଟକରେ ପୁଣି ନକଲି ଔଷଧ ଜବତ

କଟକ:ସିଲଭର ସିଟି କଟକରୁ ପୁଣି ନକଲି ଔଷଧ ଜବତ ହୋଇଛି । ଏଥର ଯେଉଁ ନକଲି ଔଷଧ ଜବତ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଝାଡାବାନ୍ତି ପାଇଁ ଉଦ୍ଧିଷ୍ଟ ନକଲି ଔଷଧ ବିକ୍ରି ଘଟଣା ପଦାକୁ ଆସିଛି । ଏନେଇ ଡ୍ରଗ୍ସ କଣ୍ଟ୍ରୋଲେର ବିଭାଗ ପକ୍ଷରୁ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଚୌଧୁରୀ ବାଜରସ୍ଥିତ ଶ୍ରୀ ଡିଷ୍ଟିବ୍ୟୁଟର ନାମକ ଏକ ଔଷଧ ଦୋକାନରେ ଚଢାଉ କରି ବିପୁଳ ନକଲି ଔଷଧ ଜବତ କରିଛି ଡ୍ରଗ୍ସ ସ୍କ୍ବାର୍ଡ । ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ ।

ରେଡରେ ପୋଲିସ 1200 ଷ୍ଟ୍ରିପ ବା 12 ହଜାର ଓ-2 ବଟିକା ଜବତ କରିଛି । ନକଲି ଔଷଧ ବିକ୍ରି ଅଭିଯୋଗରେ ଦୋକାନୀ ମାଲିକଙ୍କୁ ପୋଲିସ ଅଟକ ରଖିଛି । ଦୋକାନୀ ଜଣଙ୍କ ହେଲେ ବିଜୟ ଅଗ୍ରୱାଲ । ସେ ଦିଲ୍ଲୀ ଓ ମଧ୍ୟପ୍ରଦେଶରୁ ଏହି ନକଲି ଔଷଧ କିଣି ସେଗୁଡିକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 14ଟି ଫାର୍ମକୁ ପଠାଉଥିଲେ । ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ସୂଚନା ଦେଇଛି । ଦୋକାନୀ ମାଲିକ ବିଜୟ ଅଗ୍ରୱାଲଙ୍କ ନାମରେ କଟକ ଏଡିଜେଏମ କୋର୍ଟରେ ଏକ ମାମଲା ରୁଜୁ ହୋଇଛି ।

ଏହା ବି ପଢନ୍ତୁ...ଠିକା କ୍ୟାମ୍ପରେ ଭୟଙ୍କର ଅଗ୍ନିକାଣ୍ଡ, ଶ୍ରମିକ ଜୀବନ୍ତ ଦଗ୍ଧ

ପୂର୍ବରୁ ମଧ୍ୟ କଟକରେ ନକଲି ଔଷଧ କାରବାର ମାମଲା ସାମ୍ନାକୁ ଆସିଛି । କମିଶନରେଟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଗତବର୍ଷ ସେପ୍ଟେମ୍ବରରେ କଟକରେ ପ୍ରଥମ ନକଲି ଔଷଧ ବିକ୍ରି ଘଟଣା ସାମ୍ନାକୁ ଆସିଥିଲା । ଏହାପରଠୁ ଡ୍ରଗ୍ସ କଣ୍ଟ୍ରୋଲର ଓ ପୁରୀଘାଟ ପୋଲିସ ନକଲି ଔଷଧ କାରବାରକୁ ନେଇ ତଦନ୍ତ ଜାରି ରଖିଥିଲା । ଏହାରି ଭିତରେ ଚୌଧୁରୀ ବଜାରସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟରରେ ନକଲି ଆଣ୍ଟିବାଟିକ ଓ ଝାଡାବାନ୍ତି ବଟିକା ବିକ୍ରି ହେଉଥିବା ଖବର ପାଇଥିଲା ପୋଲିସ । ଏହାପରେ ଡ୍ରଗ୍ସ ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ପୁରୀଘାଟ ପୋଲିସ ମିଳିତ ଭାବେ ଉକ୍ତ ଦୋକାନରେ ଚଢାଉ କରିଥିଲା ।

ପ୍ରକାଶଥାଉ କି, ଗତ ବର୍ଷ କଟକରେ 3ଟି ଫାର୍ମାସିରୁ 22 ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା । ଔଷଧ ନିୟନ୍ତ୍ରକଙ୍କ ଅଧିକାରୀ ବିଭିନ୍ନ ଷ୍ଟକିଷ୍ଟ ଓ ଦୋକାନରେ ଚଢାଉ କରି 22 ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଥିଲେ । ଷ୍ଟକିଷ୍ଟି ସିବି କୁମାର ଦୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ 8 ହାଜର ଷ୍ଟ୍ରିପ ନକଲି ଟେଲମା 40 ଔଷଧ ଜବତ କରାଯାଇଥିଲା । ଯାହାର ମୂଲ୍ୟ 30 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । ଦୁଇଟି ଷ୍ଟକିଷ୍ଟି ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇଜରର୍ସ ଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ଔଷଧ ବିତରଣ କରୁଥିଲେ । ସବୁଠାରୁ ବଡ଼ କଥା ହେଉଛି ପୋଲିସ ଏପର୍ଯ୍ୟନ୍ତ ବି ନକଲି ଔଷଧ କାରବାରର ଚେର ଯାଏ ପହଁଚି ପାରିନାହିଁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details