କଟକ: ନୂଆ ରୂପ ପାଇବ ଗୋରାକବର ଶ୍ମଶାନ । ମଧୁବାବୁଙ୍କ ମୃତ୍ୟୁର ୮୯ ଵର୍ଷ ପରେ ତାଙ୍କ ଶେଷ ଆଶ୍ରୟସ୍ଥଳକୁ ପର୍ଯ୍ୟଟନ ସ୍ଥଳୀ ଭଳି ଗଢି ତୋଳିବା ପାଇଁ ପଦକ୍ଷେପ ନେଲା ପ୍ରଶାସନ । କଟକ ତୁଳସୀପୁରସ୍ଥିତ ଗୋରାକଵରରେ ଥିବା ମଧୁବାବୁଙ୍କ ସମାଧିପୀଠକୁ ରାଜଘାଟ ଭଳି ଏକ ସ୍ମୃତି ସ୍ଥଳ ଭାବରେ ନଜର ଆସିବ। ଵହୁ ଦାଵି ଓ ଆନ୍ଦୋଳନ ପରେ ଆଜି ମଧୁବାବୁଙ୍କ ମହାପ୍ରୟାଣ ଦିଵସରେ କୋଟିଏ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛି କଟକ ମହାନଗର ନିଗମ । ଯାହାକୁ ନେଇ ସବୁ ଦିଗରୁ ଛୁଟିଛି ଶୁଭେଚ୍ଛାର ସୁଅ।
ଦୀର୍ଘ ୮୮ ଵର୍ଷ ଅଣଦେଖା ହେଇ ପଡି ରହିଥିଲା ଉତ୍କଳ ଗୌରଵ ମଧୁଵାଵୁଙ୍କ ସମାଧିପୀଠ । କଟକ ତୁଳସୀପୁରସ୍ଥିତ ଗୋରାକଵର ହେଉଛି ମଧୁଵାଵୁଙ୍କ ଶେଷ ଆଶ୍ରୟସ୍ଥଳୀ । ମାତ୍ର ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ଵିନ୍ଧାଣୀଙ୍କ ପ୍ରତି ଶାସନ, ପ୍ରଶାସନର ମନୋଭାବ ଏଵେ ଵି ଗୋରାକଵରରେ ପ୍ରତିଫଳିତ ହେଉଛି। କିନ୍ତୁ ଵିଳମ୍ବରେ ହେଉ ପଛେ ଶାସନ, ପ୍ରଶାସନର ନିଦ ଭାଙ୍ଗିଛି । ନବକଳେବର ହେବ ମଧୁବାବୁଙ୍କ ସମାଧିସ୍ଥଳ ଗୋରାକବର। ଦିଲ୍ଲୀର ରାଜଘାଟ ପରି ନଜର ଆସିବ ମଧୁବାବୁଙ୍କ ସମାଧିସ୍ଥଳ। ଏନେଇ ଆଜି ମଧୁସୂଦନଙ୍କ ମହାପ୍ରୟାଣ ଦିଵସ ଅଵସରରେ ଗୋରାକଵରକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମେୟର ସୁବାସ ସିଂ।
ଏହା ବି ପଢନ୍ତୁ- ଆଉ ୪ଦିନ ବଢ଼ିଲା ଗୋପାଳର ରିମାଣ୍ଡ ଅବଧି, ନବଙ୍କ ବିକଳ୍ପ ନବୀନ ସ୍ଥିର କରିବେ କହିଲେ ସାରଦା