ଓଡିଶା

odisha

ETV Bharat / state

ଆସନ୍ତା ଗୁରୁବାର ଯାଏଁ କୋର୍ଟ ବର୍ଜନ କରିବେ ଆଇନଜୀବୀ - bar association

ବିଭିନ୍ନ ଦାବି ନେଇ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିବେ ଆଇନଜୀବୀ ।

ଡିଜାଇନ ଫଟୋ

By

Published : Aug 22, 2019, 7:12 PM IST

କଟକ: ବିଭିନ୍ନ ଦାବି ନେଇ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିବେ ଆଇନଜୀବୀ । ଏନେଇ ଆଜି ହାଇକୋର୍ଟ ବାର ପରିସରରେ ହୋଇଥିବା ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆସନ୍ତା ଗୁରୁବାର ଅପରାହ୍ନ ୧ .୩୦ ରେ ହେବାକୁ ଥିବା ବୈଠକରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ବାର ଆଇନଜୀବୀ ସଂଘର କହିବାନୁୟାୟୀ ହାଇକୋର୍ଟରେ ଆବଶ୍ୟକୀୟ ବିଚାରପତି ନାହାନ୍ତି । ହାଇକୋର୍ଟରେ 27 ଜଣ ବିଚାରପତି ଆବଶ୍ୟକ ଥିବାବେଳେ ଏବେ ମାତ୍ର 14 ଜଣ ବିଚାରପତି ରହିଛନ୍ତି । ଏନେଇ ବାରମ୍ବାର ଦାବି କରାଯାଉଥିଲେ ବି ଏଥିରେ କୌଣସି ସୁଫଳ ମିଳୁ ନଥିବା ହାଇକୋର୍ଟ ବାର ସମ୍ପାଦକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details