ଓଡିଶା

odisha

ମହାତ୍ମାଗାନ୍ଧୀଙ୍କ କଟକ ଗସ୍ତକୁ 100 ବର୍ଷ, ନିର୍ମାଣ ହେବ ପ୍ରତିମୂର୍ତ୍ତି

ଆସନ୍ତା 23 ତାରିଖରେ କଟକର ବେଲଭୟୁ ଛକରେ ନିର୍ମାଣ ହେବ ଦେଶର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି । ଯେଉଁଦିନ ପୂରଣ ହେବ ଗାନ୍ଧୀଙ୍କ କଟକ ଗସ୍ତକୁ 100 ବର୍ଷ । ଅଧିକ ପଢନ୍ତୁ....

By

Published : Mar 17, 2021, 7:51 AM IST

Published : Mar 17, 2021, 7:51 AM IST

ଗାନ୍ଧୀଙ୍କ କଟକ ଗସ୍ତର ଶତବାର୍ଷିକୀରେ ନିର୍ମାଣ ହେବ ପ୍ରତିମୂର୍ତ୍ତି
ଗାନ୍ଧୀଙ୍କ କଟକ ଗସ୍ତର ଶତବାର୍ଷିକୀରେ ନିର୍ମାଣ ହେବ ପ୍ରତିମୂର୍ତ୍ତି

କଟକ: ମାର୍ଚ୍ଚ 23ରେ ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତକୁ ପୂରିବ 100 ବର୍ଷ । ଏହା ଉପଲକ୍ଷେ ବେଲଭୟୁ ଛକ ନିକଟରେ ଉଦଘାଟନ ହେବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି । ଏହାସହ ସେଠାରେ ଏକ ଉଚ୍ଚ କୋଟିର ପାର୍କ ମଧ୍ୟ ନିର୍ମାଣ କରାଯିବ। ଯାହା ସାଧାରଣ ଲୋକଙ୍କୁ ଆକୃଷ୍ଟ କରିବ।

ଗାନ୍ଧୀଙ୍କ କଟକ ଗସ୍ତର ଶତବାର୍ଷିକୀରେ ନିର୍ମାଣ ହେବ ପ୍ରତିମୂର୍ତ୍ତି

ଏହାସହ ସେହି ଦିନ ସକାଳୁ ଏକ ବଡ ରାଲି ରେଳଷ୍ଟେସନରୁ ବାହାରି ବେଲଭୟୁ ଛକ ପର୍ଯ୍ୟନ୍ତ ଯିବ । ଏହାପରେ ସ୍ବରାଜ ଆଶ୍ରମରେ ଅନେକ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯାହାଦ୍ବାରା ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ଅହିଂସା ଓ ଦେଶ ପ୍ରେମ ପରିଧି ବୃଦ୍ଧି ପାଇବ । ତେଣୁ ଏହି ଦିନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details