କଟକ:ଜିଲ୍ଲାରେଦୀର୍ଘଦିନ ଧରି OMFEDରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରାଯାଇଛି । ବାରଙ୍ଗ ବ୍ଲକ୍ ଅରିଲୋକୁ OMFED ଫାର୍ମ ସ୍ଥାନାନ୍ତର ପରେ କର୍ମଚାରୀଙ୍କୁ ନିଯୁକ୍ତି କିମ୍ବା ନ୍ୟାୟୋଚିତ କ୍ଷତି ପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କଲେ କିଛି ଲାଭ ହେଲାନି । ଶେଷରେ ଆଜି(ଗୁରୁବାର) ବିଦ୍ୟାଧରପୁର OMFED ଫାର୍ମ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଛଟେଇ କର୍ମଚାରୀ ।
OMFED ଛଟେଇ କର୍ମଚାରୀ ସଂଘର ସଭାପତି ଶାନ୍ତୀଲତା ଦାସ ଓ ସମ୍ପାଦକ ପ୍ରତାପ କରଙ୍କ ନେତୃତ୍ବରେ ଆମରଣ ଅନଶନରେ ୫୦ରୁ ଅଧିକ ଛଟେଇ କର୍ମଚାରୀ ଯୋଗ ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ କର୍ମଚାରୀମାନେ ଅନଶନ ଭାଙ୍ଗିବେ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି । ଅନଶନରେ ବସିଥିବା କର୍ମଚାରୀଙ୍କ ଅଭିଯୋଗ ହେଉଛି OMFED କର୍ତ୍ତୃପକ୍ଷ ବେଆଇନ୍ ଭାବେ ୮୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।