ଓଡିଶା

odisha

ETV Bharat / state

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ, ଶୋକରେ ପ୍ରଶଂସକ - ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ବର୍ଗଙ୍କ ସହ ଜନଗହଳିପୂର୍ଣ୍ଣ ଶୋକାକୁଳ ପରିବେଶରେ ସେ ସମସ୍ତଙ୍କଠୁ ବିଦାୟ ନେଇଛନ୍ତି । ଅଧିକ ପଢନ୍ତୁ

ପଞ୍ଚଭୂତରେ ବିଲୀନ ହେଲେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ, ଶୋକରେ ପ୍ରଶଂସକ
ପଞ୍ଚଭୂତରେ ବିଲୀନ ହେଲେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ, ଶୋକରେ ପ୍ରଶଂସକ

By

Published : Dec 3, 2022, 8:37 PM IST

Updated : Dec 3, 2022, 9:53 PM IST

କଟକ:ମାଟିରେ ମିଶିଲେ ମାଟିର କଳାକାର । ରାଷ୍ଟ୍ରୀୟ ମର୍ଯ୍ୟାଦା ବା ଗାର୍ଡ ଅଫ ଅନର ଦିଆଯାଇଛି ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ (Odia actress Jharana Das) ଙ୍କୁ । ଚର୍ଚ୍ଚ ଅଫ ଗଡରେ ଦିଆଗଲା କବର । ଖ୍ରୀଷ୍ଟ୍ରୀୟ ପରମ୍ପରା ଅନୁଯାୟୀ ସଂପନ୍ନ ହୋଇଛି ଶେଷକୃତ୍ୟ । ପରିବାର ବର୍ଗଙ୍କ ସହ ଜନଗହଳିପୂର୍ଣ୍ଣ ଶୋକାକୁଳ ପରିବେଶରେ ବିଦାୟ ନେଲେ ବରିଷ୍ଠ ଅଭିନେତ୍ରୀ ।

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ

ଜିଲ୍ଲାପାଳଙ୍କ ସହ ଆଡିସିନାଲ ଡିସିପି ଉପସ୍ଥିତ ହୋଇ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ୮୨ ବର୍ଷୀୟ ଅଭିଜ୍ଞ କଳାକାରଙ୍କ ବିୟୋଗରେ ଓଲିଉଡରେ ସୃଷ୍ଟି ହୋଇଛି ଏକ ବିରାଟ ଶୂନ୍ୟସ୍ଥାନ । ଶିଶୁ କଳାକାର ଭାବରେ ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଶ୍ରୀଜଗନ୍ନାଥ, ନାରୀ, ଅଦିନମେଘ, ଅମଡ଼ାବାଟ, ଅଭିନେତ୍ରୀ, ମହ୍ଲାଜହ୍ନ, ହିସାବନିକାଶ, ପୂଜାଫୁଲ, ସମୟ ବଡ଼ ବଳବାନ, ଆ ଜହ୍ନରେ ଲେଖିବା ନାଆଁ ଏବଂ ହୀରାନୀଳା ଆଦି ସିନେମାରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ।

ଏହା ବି ପଢନ୍ତୁ- ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

ସେ କଟକ ଆକାଶବାଣୀରେ ଜଣେ ବିଶିଷ୍ଟ ଶିଶୁ କଳାକାର ଭାବେ ପ୍ରଥମେ ଶ୍ରୋତାଙ୍କ ନିକଟରେ ପରିଚିତ ହୋଇଥିଲେ। ପରେ ସେ ଓଡ଼ିଶାର ଖ୍ୟାତନାମା ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷା ଲାଭ କରିଥିଲେ। ଆକାଶବାଣୀ କଟକରେ ଘୋଷିକା ଭାବେ କାର୍ଯ୍ୟ କରିଥିଲେ। ନିଜର ମଧୁର କଣ୍ଠସ୍ବର ଲାଗି ଶ୍ରୋତାଙ୍କ ନିକଟତର ହୋଇଥିଲେ ଝରଣା ଦାସ । ଏହାଛଡ଼ା ସେ ବହୁ ବେତାର ନାଟକରେ ବି ଅଭିନୟ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

କଟକର ଚାନ୍ଦିନି ଚୌକ ସ୍ଥିତ ଖ୍ରୀଷ୍ଟିଆନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ଝରଣା ଦାସଅଭିନୟ ବ୍ୟତୀତ ଖ୍ୟାତିନାମା ଓଡିଶୀ ନୃତ୍ୟୁଗୁରୁ କେଳୁଚରଣ ମହାପାତ୍ରାଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଜୟଦେବ ପୁରସ୍କାର, ଓଡିଶା ଲିଭିଙ୍ଗ, ଲିଜେଣ୍ଡ ଆୱାର୍ଡ ଆଦି ସମ୍ମାନ ଲାଭ କରିଥିଲେ ।

ଇଟିଭି ଭାରତ, କଟକ

Last Updated : Dec 3, 2022, 9:53 PM IST

ABOUT THE AUTHOR

...view details