ଓଡିଶା

odisha

ETV Bharat / state

ଦେବୀ ନଦୀକୁ ଡେଇଁ ପଡ଼ିଲେ ବୃଦ୍ଧ ! 24 ଘଣ୍ଟା ପରେ ବି ମିଳୁନି ପତ୍ତା - ଦେବୀ ନଦୀ କୂଳଶ୍ରୀ ବ୍ରିଜ

ଦେବୀ ନଦୀ କୂଳଶ୍ରୀ ବ୍ରିଜ ଉପରୁ ବୃଦ୍ଧ ନଦୀକୁ ଡେଇଁ ପଡିଥିବା ସନ୍ଦେହ । ଓଡ୍ରାଫ ଟିମ ପକ୍ଷରୁ ତଲାସି ଜାରି । ଏବେ ସୁଦ୍ଧା ବୃଦ୍ଧଙ୍କ ପତ୍ତା ମିଳିପାରିନାହିଁ । ଅଧିକ ପଢନ୍ତୁ

ଦେବୀ ନଦୀକୁ ବୃଦ୍ଧ ଡେଇଁ ପଡିଥିବା ସନ୍ଦେହ
ଦେବୀ ନଦୀକୁ ବୃଦ୍ଧ ଡେଇଁ ପଡିଥିବା ସନ୍ଦେହ

By

Published : Jul 26, 2023, 10:02 AM IST

ଦେବୀ ନଦୀକୁ ବୃଦ୍ଧ ଡେଇଁ ପଡିଥିବା ସନ୍ଦେହ

ନିଆଳି: ଭଉଣୀ ଘରକୁ ବୁଲିବାକୁ ଯାଉଛି କହି ବୁଲିବାକୁ ଗତକାଲି(ମଙ୍ଗଳବାର) ବାହାରିଥିଲେ ବୃଦ୍ଧ । ଅପରାହ୍ଣ ସମୟରେ ଦେବୀ ନଦୀ କୂଳଶ୍ରୀ ବ୍ରିଜ ଉପରୁ ଡେଇଁ ପଡିଥିବା ଖବର ଆସିଲା । ଏବେ ସୁଦ୍ଧା ବି ବୃଦ୍ଧଙ୍କ ଖୋଜଖବର ମିଳିନାହିଁ । ବୃଦ୍ଧ ଜଣକ ହେଲେ ଆଳି ଥାନା କୂଳଶ୍ରୀ ଗ୍ରାମର ଗଦାଧର ଜେନା । ଦେବୀ ନଦୀ କୂଳଶ୍ରୀ ବ୍ରିଜ ଉପରେ ବୃଦ୍ଧଙ୍କ ଚପଲ, ଗାମୁଛା ଏବଂ ସାର୍ଟ ଥୋଇ ବୃଦ୍ଧ ପାଣିକୁ ଡେଉଁ ପଡିଥିବା ଲୋକେ ସନ୍ଦେହ କରୁଥିବା ବେଳେ ଓଡ୍ରାଫ ଟିମ ତାଙ୍କୁ ଖୋଜାଖୋଜି ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ଶେଷଯାତ୍ରା ପାଇଁ ଶ୍ମଶାନ ଅପହଞ୍ଚ, ଭରା ନଈରେ ମୃତଦେହ ବୋହିଲେ ଲୋକେ

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା କୂଳଶ୍ରୀ ଗ୍ରାମର ୫୮ ବୟସ୍କ ଗଦାଧର ଜେନା ।‌ ଗତକାଲି ସକାଳ ସମୟରେ ଭଉଣୀ ଘର ଜଗତସିଂହପୁର ଜିଲ୍ଲା ଧୂଆଁପାରି ଯିବ ବୋଲି କହି ଘରୁ ବାହାରିଥିଲେ । ଚାରିଦିନ ରହି ଧାନ କାର୍ଯ୍ୟ କରି ଘରକୁ ଫେରିବା ପାଇଁ ଘରେ କହି ଯାଇଥିଲେ । ପାଞ୍ଚ ଘଣ୍ଟା ପରେ ଘରକୁ ଖବର ଆସିଲା ଗଦାଧରଙ୍କ ଚପଲ, ସାର୍ଟ ଓ ଗାମୁଛା ବ୍ରିଜ ଉପରେ ଥୁଆ ହୋଇଛି । ଏହାପରେ ପରିବାର ଲୋକେ ସମସ୍ତ ବନ୍ଧୁ ବାନ୍ଧବ ଘରକୁ ଫୋନ ମାଧ୍ୟମରେ ବୁଝାବୁଝି କରିଥିଲେ । କିନ୍ତୁ ଭଉଣୀ ଘର କିମ୍ବା ଅନ୍ୟ ବନ୍ଧୁ ଘରକୁ ଗଦାଧର ଯାଇନଥିବା ସୂଚନା ପାଇଥିଲେ ।

ଏହା ବି ପଢ଼ନ୍ତୁ: Watch Video: ହଠାତ୍ ବଢ଼ିଲା ଭାଗିରଥୀ ନଦୀର ଜଳସ୍ତର, ପାଣି ମଝିରେ ଫସିଗଲା ବାଳକ

ତେବେ ବ୍ରିଜ ଉପରେ ଗଦାଧରଙ୍କ ଚପଲ, ଗାମୁଛା ଓ ସାର୍ଟ ଦେଖି ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ବାତାବରଣ ସୃଷ୍ଟି ହୋଇଥିଲା ।‌ ଖବର ପାଇ ନିଆଳି ପୋଲିସ, ଅଡଶପୁର ଅଗ୍ନଶମ ଓ ଓଡ୍ରାଫ ଏବଂ ଜଗତସିଂହପୁର ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି କୂଳଶ୍ରୀ ଦେବୀ ନଦୀ ଭରା ପାଣିରେ ଖୋଜାଖୋଜି ଜାରି ରଖିଛି । କିନ୍ତୁ ଏପର୍ଯ୍ୟନ୍ତ ଗଦାଧରଙ୍କ କୌଣସି ସୂଚନା ମିଳିପାରିନାହିଁ। ଯଦି ଗଦାଧର ଭଉଣୀ ଘରକୁ ଯାଇନାହାଁନ୍ତି ତେବେ କେଉଁ ଆଡେ ଗଲେ ବୋଲି ପରିବାର ଚିନ୍ତା ପ୍ରକଟ କରିଛନ୍ତି । ବ୍ରିଜ ନିକଟରେ ତାଙ୍କ ପିନ୍ଧିବା ଜିନିଷ ମିଳିବା ପରେ ନଦୀକୁ ଡେ଼ଇଁ ଥିବା ନେଇ ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details