ନିଆଳି: ପ୍ରାଚୀ ନଦୀରେ ଭାସିଯାଇ ବୃଦ୍ଧ ମୃତ । ମୃତକ ହେଉଛନ୍ତି କଟକ ଜିଲ୍ଲା ନିଆଳି ଥାନା ବିନିଶପୁର ପଞ୍ଚାୟତସ୍ଥିତ ଆମ୍ବାପଡା ଗ୍ରାମର ମାଧବ ପୃଷ୍ଟି । ଖବର ଅନୁସାରେ ଶ୍ରମିକମାନଙ୍କ ଟଙ୍କା ଦେବା ପାଇଁ ମାଧବ ନିଜ ଘରୁ ବାହାରିଥିଲେ । ତେବେ ଘର ନିକଟରେ ଥିବା ପ୍ରାଚୀନଦୀ ପାର୍ ହୋଇ ଯାଉଥିବା ସମୟରେ ଅସାବଧାନତା ଯୋଗୁଁ ନଦୀରେ ଭାସି ଯାଇଥିଲେ ।
ସେପେଟେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ପାଇନଥିଲେ । ପରେ ନିଆଳି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବହୁ ଖୋଜାଖୋଜି ପରେ ମାଧବଙ୍କ ମୃତଦେହ ଉଦ୍ଧାର କରିଥିଲେ ।