ଓଡିଶା

odisha

ETV Bharat / state

ପୀଡିତାଙ୍କ ମାନବାଧିକାର କ୍ଷୁର୍ଣ୍ଣ କରିଛି ପୋଲିସ: ଓଏଚଆରସି - ବରଗଡ଼ ଜିଲ୍ଲା ଭେଡେନ ଥାନାର ଘଟଣା

ବରଗଡ଼ ଜିଲ୍ଲା ଭେଡେନ ଥାନା ରୁପାପାଲି ଗ୍ରାମରେ ହୋଇଥିବା 3 ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ 2 ଜଣଙ୍କ ହତ୍ୟା ଅଭିଯୋଗ ମାମଲାରେ ପୋଲିସର କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ମାନବିକ ଅଧିକାର କମିଶନ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

By

Published : Sep 25, 2019, 10:37 PM IST

କଟକ: ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମାନବିକ ଅଧିକାର ଉଲଂଘନ କରିଛି ପୋଲିସ । ବରଗଡ଼ ଜିଲ୍ଲା ଭେଡେନ ଥାନା ରୁପାପାଲି ଗ୍ରାମରେ ହୋଇଥିବା 3 ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ 2 ଜଣଙ୍କ ହତ୍ୟା ଅଭିଯୋଗ ମାମଲାରେ ପୋଲିସର କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ଏଥିସହ ଏହି ଘଟଣାରେ ଦିଆଯାଇଥିବା ଏତଲାର ପଞ୍ଜିକରଣ କରିବା ପାଇଁ ବରଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୋଲସ ପକ୍ଷରୁ ସେପ୍ଟେମ୍ବର-20 ରେ ଦିଆଯାଇଥିବା ରିପୋର୍ଟକୁ କମିଶନ ଆଗ୍ରାହ୍ୟ କରିଦେଇଛନ୍ତି ।

ଏହା ସହ ପୋଲିସ ନିୟମ ଅନୁସାରେ କାମ କରି ନଥିବାରୁ ଦୁଷ୍କର୍ମ ପୀଡିତାଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା କମିଶନ ତାଙ୍କ ଶୁଣାଣିରେ କହିଛନ୍ତି ।

ଅଭିଯୋଗକାରୀ 2017,ମେ 3ରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୋଲିସର ନିଷ୍କ୍ରିୟତା ଯୋଗୁଁ ପିଡ଼ୀତା ସମସ୍ୟା ଭୋଗ କରୁଥିବାରୁ ସେମାନଙ୍କୁ କାହିଁକି କ୍ଷତିପୂରଣ ଦିଆ ନଯିବ, ତାହା ଜଣାଇବାକୁ ମଧ୍ୟ କମିଶନ ବରଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ତୁରନ୍ତ 3 ସପ୍ତାହ ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ ରାଜ୍ୟ ମାନବଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details