ଓଡିଶା

odisha

ETV Bharat / state

ଓଡିଶା ମହିଳା କ୍ରିକେଟ ଦଳର ହଟ୍ରିକ ବିଜୟ - Odisha women's cricket team's hat-trick victory

ଓଡିଶା ମହିଳା କ୍ରିକେଟ ଦଳର ହଟ୍ରିକ ବିଜୟ । ଅଧିକ ପଢନ୍ତୁ...

ଓଡିଶା ମହିଳା କ୍ରିକେଟ ଦଳର ହଟ୍ରିକ ବିଜୟ
ଓଡିଶା ମହିଳା କ୍ରିକେଟ ଦଳର ହଟ୍ରିକ ବିଜୟ

By

Published : Mar 18, 2021, 10:55 PM IST

କଟକ:ଓଡିଶା ମହିଳା ଦଳର ହାଟ୍ରିକ ବିଜୟ । ସୁରଟରେ ଚାଲିଥିବା ସିନିୟର ମହିଳା ଏକଦିବସିୟ ଟ୍ରଫିରେ ପୁଣି ଏହି ବିଜୟ ହାସଲ କରିଛି ଓଡିଶା । ବିପକ୍ଷ ଛତିଶଗଡ଼କୁ 5 ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି ଓଡିଶା । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଓଡିଶା । ବ୍ୟାଟିଂ ଆମନ୍ତ୍ରଣ ପାଇ ବିପକ୍ଷ ଛତିଶଗଡ଼ ସମସ୍ତ ୱିକେଟ ହରାଇ 148 ରନ କରିବାକୁ ସକ୍ଷମ ହୋଇଥିଲ । ଓଡିଶା ପକ୍ଷରୁ ଅଧୀନୟିକା ମଧୁସ୍ମିତା ବେହେରା 3 ,ରୋସନାରା ପରବିନ 3 ଓ ସୁଶ୍ରୀ ଦିବ୍ୟଦର୍ଶିନୀ 2 ଟି ୱିକେଟ ହାସଲ କରିଥିଲେ । ଯାହା ଫଳରେ ଛତିଶଗଡ଼ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ।

ଓଡିଶା ମହିଳା କ୍ରିକେଟ ଦଳର ହଟ୍ରିକ ବିଜୟ
ଓଡିଶା ମହିଳା କ୍ରିକେଟ ଦଳର ହଟ୍ରିକ ବିଜୟ

ଜବାବରେ ଧାର୍ଯ୍ୟ ଲକ୍ଷକୁ ପିଛା କରି ହାତରେ 5 ୱକେଟ ଥାଇ ମ୍ୟାଚକୁ ଜିତି ନେଇଥିଲା ଓଡିଶା । ଦଳ ପକ୍ଷରୁ ମାଧୁରୀ ମେହେଟା 46, ସରିତା ମେହେର 41, ଅଞ୍ଜଳି ସିଂ 20 ରନ କରିଥିଲେ ଯାହା ଫଳରେ ଓଡିଶା ଏହି ମ୍ୟାଚକୁ ସହଜରେ ଜିତିନେଇଥିଲା । ଆସନ୍ତା ଲିଗ ମ୍ୟାଚରେ ଗୁଜୁରାଟକୁ ଭେଟିବ ଓଡିଶା ।

ଓଡିଶା ମହିଳା କ୍ରିକେଟ ଦଳର ହଟ୍ରିକ ବିଜୟ
ଓଡିଶା ମହିଳା କ୍ରିକେଟ ଦଳର ହଟ୍ରିକ ବିଜୟ

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details