ଓଡିଶା

odisha

ETV Bharat / state

ଓଡିଶା ବନାମ ଉତ୍ତରାଖଣ୍ଡ ରଣଜୀ ମ୍ୟାଚ: ଡ୍ରାଇଭର ସିଟରେ ଓଡିଶା - bcci

ଓଡିଶା ବନାମ ଉତ୍ତରାଖଣ୍ଡ ରଣଜୀ ମ୍ୟାଚ । 3ୟ ଦିନର ଖେଳ ସୁଦ୍ଧା ଉତ୍ତରାଖଣ୍ଡ ତା'ର 2ୟ ପାଳିରେ 4 ୱିକେଟ ବିନିମୟରେ 54 ରନ କରିଛି । ଅଧିକ ପଢନ୍ତୁ..

ଓଡିଶା ବନାମ ଉତ୍ତରାଖଣ୍ଡ
ଓଡିଶା ବନାମ ଉତ୍ତରାଖଣ୍ଡ

By

Published : Dec 27, 2019, 8:35 PM IST

Updated : Dec 27, 2019, 10:46 PM IST

କଟକ: ରଣଜୀ ଟ୍ରଫିରେ ଦବଦବା ଜାରି ରଖିଛି ଓଡିଶା । ଓପନର ଶାନ୍ତନୁ ମିଶ୍ରଙ୍କ ଲଢୁଆ ଶତକ ବଳରେ ମଜବୁତ ସ୍ଥିତିରେ ଓଡିଶା । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚର ତୃତୀୟ ଦିନରେ ଓଡିଶା ପଲା ଭାରି ।

3ୟଦିନ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ତା'ର 2ୟ ପାଳିରେ 4 ୱିକେଟ ହରାଇ ସଂଗ୍ରହ କରିଛି 54 ରନ ।
2ୟ ଦିନ ଖେଳ ଶେଷ ସୁଦ୍ଧା 145 ରନରେ 6 ୱିକେଟ ହରାଇଥିଲା ଓଡିଶା । ତେବେ ଆଜି ସକାଳୁ ମ୍ୟାଚ ଆରମ୍ଭ ହେବାପରେ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚଇଥିଲେ ଶାନ୍ତନୁ । ସେ ସର୍ବାଧିକ 110 ରନ କରି 253 ରନରେ ପହଞ୍ଚାଇ ଥିଲେ ଦଳୀୟ ସ୍କୋରକୁ ।

ଜବାବରେ ଶୁକ୍ରବାର ଉତ୍ତରାଖଣ୍ଡ ତା'ର 2ୟ ପାଳିରେ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି । 4 ୱେକେଟ ହରାଇ ମାତ୍ର 54 ରନ ସଂଗ୍ରହ କରିଛି ଦଳ । ବର୍ତ୍ତମାନ ସୁଦ୍ଧା 82 ରନ ପଛରେ ରହିଛି ଉତ୍ତରାଖଣ୍ଡ ଟିମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Dec 27, 2019, 10:46 PM IST

ABOUT THE AUTHOR

...view details