ଓଡିଶା

odisha

ETV Bharat / state

Odisha Train Tragedy: SCBରେ ଚିକିତ୍ସାଧୀନ ଭାବେ ବିହାରର ଜଣେ ମୃତ - ଟ୍ରେନ ଦୁର୍ଘଟଣା ଆହତଙ୍କ ମୃତ୍ୟୁ

ବାଲେଶ୍ବର ଟ୍ରେନ ଦୁର୍ଘଟଣା । କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ । ଅଧିକ ପଢନ୍ତୁ

ଏସସିବିରେ ଚିକିତ୍ସାଧୀନ ଭାବେ ବିହାରର ଜଣେ ମୃତ
ଏସସିବିରେ ଚିକିତ୍ସାଧୀନ ଭାବେ ବିହାରର ଜଣେ ମୃତ

By

Published : Jun 13, 2023, 12:27 PM IST

Updated : Jun 13, 2023, 2:44 PM IST

SCBରେ ଚିକିତ୍ସାଧୀନ ଭାବେ ବିହାରର ଜଣେ ମୃତ

କଟକ:ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆହତ ଜଣକ ଆଖି ବୁଜିଛନ୍ତି । ମୃତକଙ୍କ ନାମ ବିଜୟ ପାଶୱାନ । ଘର ବିହାର ଅଞ୍ଚଳରେ । ସେ କରମଣ୍ଡଳରେ ପାଲଘର ଯାଉଥିଲେ । ତାଙ୍କର ମୋଟ ୧୨ ଜଣ ସମ୍ପର୍କୀୟ ସେହି ବଗିରେ ରହିଥିଲେ । ଦୁର୍ଘଟଣା ଦିନ ବିଜୟଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ଏସସିବିର ସେଣ୍ଟ୍ରାଲ ICUରେ ରହି ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । SCBରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ।

ବାହାନଗା ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ୧୧ ବିତିଗଲାଣି । ଗତ ୨ ତାରିଖ ରାତିରେ ଘଟିଥିବା ଅଘଟଣ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ଓଡ଼ିଶା ଇତିହାସରେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ମୃତଦେହକୁ ଟ୍ରାକ୍ଟରରେ ବୁହା ଯାଇଥିଲା । ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାରି ଭିତରେ ଅନେକ ଆହତ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଆଉ କିଛି ଏବେ ବି ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଜଣେ ଆହତ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଦୁର୍ଘଟଣାର ୧୧ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି । SCBରେ ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ଘଟଣା ।

ଏହାମଧ୍ୟ ପଢନ୍ତୁ: 11days of Train Tragedy: ସେଦିନ ଶୁଭୁଥିଲା ଆର୍ତ୍ତ ଚିତ୍କାର, ଆଜି ଶୁଭୁଛି ହରିନାମ

ଅନ୍ୟପଟେ ଟ୍ରେନ ଦୁର୍ଘଟଣାକୁ ଏତେ ଦିନ ବିତିଗଲା ପରେ ବି ଆଜି ଯାଏଁ ଅନେକ ମୃତଦେହର ପରିଚୟ ମିଳିପାରିନି । ମୃତଦେହଗୁଡିକର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ପରିଜନଙ୍କୁ ସମସ୍ୟା ନହେବା ପାଇଁ ଭୁବନେଶ୍ବର ଏମ୍ସରେ ସମସ୍ତ ମୃତଦେହ ସଂରକ୍ଷିତ ରଖାଯାଇଛି । ୧୩ଟି ରେଫ୍ରିଜରେଟରରେ ୪ଟି କଣ୍ଟେନରରେ ସଂରକ୍ଷିତ ରହିଛି । ତେବେ କିଛି ମୃତଦେହ ପାଇଁ ଜଣେ ବି ଦାବିଦାର ନଥିବା ବେଳେ ଅନ୍ୟ କିଛି ମୃତଦେହ ପାଇଁ ୪ରୁ ୬ ଜଣ ଲେଖାଏଁ ଦାବିଦାର ବାହାରୁଛନ୍ତି । ମୃତଦେହ ଚିହ୍ନଟକୁ ନେଇ ଦ୍ବନ୍ଦ୍ୱ ସୃଷ୍ଟି ହେଉଥିବାରୁ DNA ଟେଷ୍ଟ୍‌ ପାଇଁ ପଠାଯାଉଛି ।

ଇଟିଭି ଭାରତ, କଟକ

Last Updated : Jun 13, 2023, 2:44 PM IST

ABOUT THE AUTHOR

...view details