ଓଡିଶା

odisha

ETV Bharat / state

ବାରବାଟୀରେ ଆରମ୍ଭ ହେଲା ନାଲକୋ କପ - ରାଜ୍ୟ ହକି ଚମ୍ପିୟାନସିପ

ବାରବାଟୀ ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି ରାଜ୍ୟ ହକି ଚାମ୍ପିୟାନସିପ ନାଲକୋ କପ । ପ୍ରତିଯୋଗୀତାରେ 22ଟି ଦଳର 400ରୁ ଉର୍ଦ୍ଧ୍ବ ଖେଳାଳି ସାମିଲ ହୋଇଛନ୍ତି । ଆସନ୍ତା 19ରେ ହେବ ଫାଇନାଲ ମୁକାବିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 15, 2019, 3:35 AM IST

କଟକ: ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି 17ତମ ରାଜ୍ୟ ହକି ଚାମ୍ପିୟାନସିପ ନାଲକୋ କପ । ଏହି ହକି ଚାମ୍ପିୟାନସିପ ଶନିବାରଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟର ମୋଟ 22ଟି ଦଳ ସାମିଲ ହୋଇଛନ୍ତି । ଏହାସହ 400ରୁ ଉର୍ଦ୍ଧ୍ବ ଖେଳାଳି ଏହି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଏହି ପ୍ରତିଯୋଗୀତାରେ ବିଭିନ୍ନ ଜିଲ୍ଲା, ସଂସ୍ଥା ଓ ହକି ଇଣ୍ଡିଆ ଅନୁବନ୍ଧିତ ୟୁନିଟମାନେ ଅଂଶଗ୍ରହଣ କରିଛନ୍ତି । ତେବେ ଖେଳରେ ଭଲ ପ୍ରଦର୍ଶନ କଲେ ଜାତୀୟସ୍ତରୀୟ ମ୍ୟାଚ ଖେଳିବାର ବାଟ ମଧ୍ୟ ଫିଟିବ । ଏହି ପ୍ରତିଯୋଗିତାରେ ବେଶ ପ୍ରଭାବୀ ଖେଳାଳି ଭାଗ ନିଅନ୍ତି ବୋଲି ହକି ଓଡିଶା ସାଧାରଣ ସମ୍ପାଦକ ପ୍ରତାପ ଶତପଥି କହିଛନ୍ତି । ଆସନ୍ତା 19 ତାରିଖରେ ଫାଇନାଲ ମୁକାବିଲା ଖେଳାଯିବାକୁ ଥିବା ବେଳେ 22ଟି ଟିମ ମଧ୍ୟରେ ବେଶ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଶତପଥୀ କହିଛନ୍ତି ।ଓଡିଶା ଜୁନିୟର ଓ ସବ୍‌ ଜୁନିୟର ହକିରେ ବେଶ ଭଲ ପ୍ରଦର୍ଶନ ଜାରି ରଖିଛି । ତେଣେ ବର୍ତ୍ତମାନ ସ୍ଥିତି ଯାହା ଇଙ୍ଗିତ କରୁଛି ଆଗାମୀ ଦିନମାନଙ୍କରେ ଓଡିଶାରୁ ବହୁ ଭଲ ଓ ପ୍ରତିଭାବାନ ଖେଳାଳୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ପଦର୍ଶନ କରିବେ ବୋଲି ହକି ଓଡିଶା ସାଧାରଣ ସମ୍ପାଦକ ପ୍ରତିକ୍ରିୟା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details