ଓଡିଶା

odisha

ETV Bharat / state

ଅର୍ଚ୍ଚନା ନାଗକୁ ଇଡି ମାମଲାରେ ଜାମିନ, ଜେଲରୁ ବାହାରିବା ରାସ୍ତା ସଫା ! - ଅର୍ଚ୍ଚନା ନାଗକୁ ଜାମିନ

ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । ଜେରା କରି ସାରିବା ପରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିଲା । ଜଗବନ୍ଧୁଙ୍କ ବିରୋଧରେ ମାନବ ଚାଲାଣର ଦଫା ୩୭୦ ଲାଗିଛି । ଏହା ସହ ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ବିରୋଧରେ ପୋଲିସ ସମାନ ଦଫା ଲଗାଇଛି । ଅଧିକ ପଢନ୍ତୁ

ଅର୍ଚ୍ଚନା ନାଗକୁ ଇଡି ମାମଲାରେ ଜାମିନ, ଜେଲରୁ ବାହାରିବା ରାସ୍ତା ସଫା !
ଅର୍ଚ୍ଚନା ନାଗକୁ ଇଡି ମାମଲାରେ ଜାମିନ, ଜେଲରୁ ବାହାରିବା ରାସ୍ତା ସଫା !

By ETV Bharat Odisha Team

Published : Dec 4, 2023, 5:31 PM IST

କଟକ: ଅର୍ଚ୍ଚନା ନାଗକୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ସାକ୍ଷ୍ୟ ମାନଙ୍କୁ ପ୍ରଭାବିତ ନକରିବା ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ଜାମିନ ମିଳିଛି । ଇଡି ମାମଲାରେ ଆଜି ଜାମିନ ମିଳିଥିବା ବେଳେ ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଛି।

ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । ଜେରା କରି ସାରିବା ପରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିଲା । ଜଗବନ୍ଧୁଙ୍କ ବିରୋଧରେ ମାନବ ଚାଲାଣର ଦଫା ୩୭୦ ଲାଗିଛି । ଏହା ସହ ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ବିରୋଧରେ ପୋଲିସ ସମାନ ଦଫା ଲଗାଇଛି । ଗିରଫ ପରେ ତାଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ଲ୍ୟାପଟପ, ଡାଏରୀ ଓ କିଛି ଡକ୍ୟୁମେଣ୍ଟକୁ ଜବତ କରିଥିଲା ପୋଲିସ । ଅର୍ଚ୍ଚନା ଷଡ଼ଯନ୍ତ୍ରରେ ସ୍ବାମୀ ଜଗବନ୍ଧୁ ସାମିଲ ରହିଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିଲା । ଖଣ୍ଡଗିରି ପୋଲିସ ଜଗବନ୍ଧୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟ ଚାଲଣ କରିଥିଲା । କୋର୍ଟରେ ଜଗବନ୍ଧୁର ଜାମିନ ଆବେଦନ ନାକଚ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ଅଧିକ ପଢନ୍ତୁ- ଅର୍ଚ୍ଚନା ନାଗ ମାମଲା, ସ୍ବାମୀ ଜଗବନ୍ଧୁକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ଜଗବନ୍ଧୁଙ୍କ ବିରୋଧରେ ଯେଉଁ ଅଭିଯୋଗ ଥିଲା ସେହି ଆଧାରରେ ଅର୍ଚ୍ଚନା ନାଗକୁ ଗିରଫ କରାଯାଇଥିଲା । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଥିଲା । ଅର୍ଚ୍ଚନାଙ୍କ ସ୍ବାମୀ ବିରୋଧରେ ବି ସମାନ ଅଭିଯୋଗ ରହିଛି । ସେ ଅନେକଙ୍କୁ ଡରାଇଛନ୍ତି, ଧମକାଇଛନ୍ତି । ଏହାସହ ଫଟୋ ଭାଇରାଲ ମଧ୍ୟ କରିଥିଲେ । ସେସବୁ ଅଭିଯୋଗକୁ ଆଧାର କରି ଜଗବନ୍ଧୁ ଚାନ୍ଦକୁ ଗିରଫ କରିଥିଲା ପୋଲିସ । ତଦନ୍ତ ଆରମ୍ଭ ସମୟରେ ଜଗବନ୍ଧୁଙ୍କୁ ପଚରାଉଚୁରା କରାଯାଇଥିଲା । ଯାହା ପଚରାଯାଇଥିଲା ତାକୁ ଯାଞ୍ଚ କରାଯାଇଥିଲା । ପୀଡିତା ଯାହା ତାଙ୍କର ୧୬୫ ରେକର୍ଡ ବେଳେ କହିଥିଲେ ସେସବୁ ର ଯାଞ୍ଚ ମଧ୍ୟ କରାଯାଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ,ଏହି ମାମଲାର ଜଗବନ୍ଧୁର ମଧ୍ୟ ସମ୍ପୃକ୍ତ ରହିଛି । ସେହି ଆଧାରରେ ତାକୁ ଗିରଫ କରାଯାଇଥିଲା । କେବଳ ସେତିକି ନୁହେଁ, ଜଗବନ୍ଧୁଙ୍କ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଥିଲା । କନେକ୍ଟିଂ ଟ୍ରାଞ୍ଜାକ୍ସନ ର ଯାଞ୍ଚ କରାଯାଇଥିଲା।

ଗିରଫ ପରେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଜଗବନ୍ଧୁର ଜାମିନ ଆବେଦନ ନାକଚ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେବା ପରେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ଅଟକିଥିଲା । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details