କଟକ:ଓଡ଼ିଶାରେ ପ୍ରଥମ ଥର ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଆଜି ଜଣେ ୪୧ ବର୍ଷୀୟ ଏବଂ ଜଣେ ୪୩ ବର୍ଷୀୟ ବିଦେଶ ଫେରାନ୍ତା ଓମିକ୍ରନ ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଛି । ୪୧ ବର୍ଷୀୟ ସଂକ୍ରମିତ କଟକ ଜିଲ୍ଲାର ବାହାରର ହୋଇଥିବାବେଳେ ସେ ଏବେ ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏଡିଏମଓ ସୂଚନା ଦେଇଛନ୍ତି ।
ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ମଙ୍ଗଳବାର ଆଉଥରେ ସମସ୍ତଙ୍କର ଦ୍ୱତୀୟ ଥର ପାଇଁ କରୋନା ପରୀକ୍ଷା କରାଯାଉଛି । ଯଦି ରିପୋର୍ଟ ପଜିଟିଭ ଆସେ ତେବେ ସେମାନଙ୍କ ଜେନମ୍ ପରୀକ୍ଷା ପାଇଁ ପଠାଯିବ ବୋଲି ଏଡିଏମଓ କହିଛନ୍ତି । ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ଘରକୁ ଯିବା ପାଇଁ ବ୍ୟସ୍ତ ହେଉଛନ୍ତି । ସେ ଯଦିଓ ସୁସ୍ଥ ଅଛନ୍ତି,ଅବଜରଭେସନ ପାଇଁ ଆହୁରି ୭ ରୁ ୧୦ ଦିନ ରଖାଯିବ