କଟକ:ସାରା ଦେଶରେ ଆଜି ପାଳନ ହେଉଛି 64ତମ ଶହୀଦ ସ୍ମୃତି ଦିବସ । 1959 ମସିହା ଆଜିର ଦିନରେ ଲଦାଖ କ୍ଷେତ୍ରରେ ଚାଇନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସିଆରପିଏଫ 10 ଯବାନ ପ୍ରାଣବଳି ଦେଇଥିଲେ । ସେହି ଦିନଠାରୁ ଅକ୍ଟୋବର 21ତାରିଖରେ ଶହୀଦ ସ୍ମୃତି ଦିବସ ଭାବରେ ସାରା ଦେଶରେ ପାଳିତ ହୋଇ ଆସୁଛି । ଏହି ଅବସରରେ କଟକ ପୋଲିସ ମୁଖ୍ୟାଳୟରେ ମଧ୍ୟ ଏହି ଦିବସ ପାଳନ ହୋଇଯାଇଛି । ପୋଲିସ ଡିଜି ସୁନୀଲ ବଂଶଲଙ୍କ ଉପସ୍ଥିତିରେ ପୋଲିସ ମୁଖ୍ୟାଳୟରେ ପାଳନ କରାଯାଇଥିଲା ।
କଟକ ପୋଲିସ ମୁଖ୍ୟାଳୟରେ 64ତମ ଶହୀଦ ସ୍ମୃତି ଦିବସ ପୋଲିସ ଡିଜି ଉପସ୍ଥିତିରେ ପାଳନ ହୋଇଯାଇଛି । ପୋଲିସ ଡିଜି ସୁନୀଲ ଵଂଶଲ ପ୍ରଥମେ ସମସ୍ତ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଅନ୍ୟାନ୍ୟ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ସମସ୍ତ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶହୀଦଙ୍କ ଉଦ୍ଦେଶ୍ୟରେ ପରେଡ଼ ଓ ପରେ ତୋପ ସଲାମୀ ଦିଆଯାଇଥିଲା ।
ତେବେ ପୋଲିସ ଡିଜି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆଜିର ଦିନ ଏଥିପାଇଁ ଆମ ମାନଙ୍କ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ । କାରଣ 1959 ମସିହା ଆଜିର ଦିନରେ ଲଦାଖ କ୍ଷେତ୍ରରେ ଚାଇନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସିଆରପିଏଫର 10 ଯବାନ ପ୍ରାଣବଳି ଦେଇଥିଲେ । ସେଥିପାଇଁ ଏହି ଦିନକୁ ଶହୀଦ ସ୍ମୃତି ଦିବସ ଭାବରେ ସାରା ଦେଶରେ ପାଳିତ ହୋଇ ଆସୁଛି ।