ଓଡିଶା

odisha

ETV Bharat / state

401 ଓଡିଶା ପୋଲିସଙ୍କ ପ୍ଲାଜମା ଦାନ, ଧନ୍ୟବାଦ ଜଣାଇଲେ ଡିଜି - ପ୍ରଶଂସା କଲେ ପୋଲିସ ମହାନିର୍ଦ୍ଦେଶକ

କେରୋନା ସମୟରେ ପ୍ଲାଜମା ଦାନ କରି ଆଉ ଏକ ପରିଚୟ ସୃଷ୍ଟି କରିଛି ଓଡିଶା ପୋଲିସ । ଏବେ ସୁଦ୍ଧା 401ଜଣ କୋରୋନା ଯୋଦ୍ଧା ନିଜର ପ୍ଲାଜମା ଦାନ କରିଛନ୍ତି ।

odisha police donates plajma
ଓଡିଶା ପୋଲିସଙ୍କ ପ୍ଲାଜମା ଦାନ

By

Published : Oct 13, 2020, 8:30 PM IST

କଟକ: କୋରୋନା ସହ ଏବେ ସାରା ବିଶ୍ୱ ଲଢେଇ କରୁଛି । ଏ ଘଡିସନ୍ଧି ସମୟରେ 401ଜଣ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ପ୍ଲାଜମା ଦାନ କରିବାରେ ଦିନକୁ ଦିନ ରେକର୍ଡ କରୁଛି ଓଡିଶା । ଏବେ ସୁଦ୍ଧା 401ଜଣ କୋରୋନା ଯୋଦ୍ଧା ନିଜର ପ୍ଲାଜମା ଦାନ କରିଛନ୍ତି । ଓଡିଶା ପୋଲିସ ରାଜ୍ୟର ବିଭିନ୍ନ ମେଡିକାଲରେ ପ୍ଲାଜମା ଦାନ କରି ନିଜର ଅନ୍ୟ ଏକ ପରିଚୟ ସୃଷ୍ଟି କରିଛି । ଆଗାମୀ ଦିନରେ କୋରୋନା ଯୋଦ୍ଧାଙ୍କର ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଓଡିଶା ପୋଲିସ । କୋରୋନା ଯୋଦ୍ଧାଙ୍କର ଏହି ପ୍ଲାଜମା ଦାନ ରାଜ୍ୟକୁ କୋରୋନା ମୁକ୍ତ କରିବାରେ ସହାୟକ ହେବ । ସମସ୍ତ ପ୍ଲାଜମା ଦାନ କରିଥିବା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details